ଗୋପାଳପୁର ୧୭/୨
ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ୨୫ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସୂଚନା ଦେଇଛନ୍ତି l ସମ୍ମାନିତ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବାକୁ ସହମତି ରହିଥିବା ସୂଚନା ମିଳିଛି l ଏହି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ଛାତ୍ର, ଛାତ୍ରୀ, ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ମାନେ ଉତ୍ସlହିତ ଥିବା ଜଣାପଡିଛି l ଏହି କାର୍ଯ୍ୟକ୍ରମରେ ୪୩ ଜଣ ଛାତ୍ର,ଛାତ୍ରୀଙ୍କୁ ପି ଏଚ ଡ଼ି ପ୍ରଦାନ କରିବା ସହ ପ୍ରତ୍ୟେକ ବିଭାଗର ଟପ୍ପର ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ,ଡିଲିଟ ୩ ଜଣ, ଡ଼ି ଏସ ସି ଜଣଙ୍କୁ ପ୍ରଦାନ କରାଯିବର କାର୍ଯ୍ୟକ୍ରମ ରହିଛି l ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଶ୍ଵବିଦ୍ୟାଳୟ ପରିସରରେ ରାସ୍ତାଘାଟ ମରାମତି, ବିଭିନ୍ନ କୋଠାକୁ ରଙ୍ଗ ଲିପନ, ପାଚେରୀ ମାନଙ୍କରେ ରଙ୍ଗ ଲେପନ ସହ ଚିତ୍ରାଙ୍କନ ଆଦି ଉପରେ ସଜେଇ ହଉଥିବା ଦେଖିବାକୁ ମିଳିଛି l ରାଷ୍ଟ୍ରପତିଙ୍କ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ରହିଥିବା ରାଷ୍ଟ୍ରପତି ଭବନରୁ ଆସିଥିବା ଚିଠି ରେ ଉଲ୍ଲେଖ ରହିଛି l ଗସ୍ତକୁ ନଜରରେ ରଖି କିଭଳି କାର୍ଯ୍ୟକ୍ରମ ସମାପନ ହେବ ସେଠୀ ପାଇଁ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି l