ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଂଚାୟତର କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ବିରମହlରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି l ମୁଖ୍ୟବକ୍ତା ଭାବେ ଉଲୁଣ୍ଡା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ଼ ଦେବାଶିଷ ପାଣ୍ଡିଆ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଭିଭାବିକା ଙ୍କୁ ପିଲାଙ୍କ ଶୈକ୍ଷିକ ସ୍ତର ବୃଦ୍ଧି ର ବିଭିନ୍ନ କୌଶଳ ଉପରେ ଅନେକ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ମହଦା ସରପଞ୍ଚ ଆନନ୍ଦିନୀ ଶତପଥୀ , ସମାଜସେବୀ କୁର୍ତ୍ତିବାସ ମିଶ୍ର ଓ ପ୍ରଦୀପ ଶତପଥୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ ପ୍ରମୁଖ ଯୋଗଦାନ କରିଥିଲେ l ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଓ ଅଧ୍ୟାପିକା ଦେବଯାନୀ ମେଶୁଆ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରଞ୍ଜନ ପଧାନ ସ୍ୱାଗତଭାଷଣ ରଖିଥିବା ବେଳେ ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ l ଏ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଭୀମଭୋଇ ସାଧକ ସମ୍ମାନ , ଜୁନିଅର ରେଡ଼କ୍ରସ ଅଫିସର ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ଭୀମଭୋଇ ସେବା ସମ୍ମାନ , ଯୁବ ସାହିତ୍ୟିକ ଦୀପକ ରଞ୍ଜନ ମିଶ୍ର ଭୀମଭୋଇ ସାହିତ୍ୟ ସମ୍ମାନ , ଜିଲ୍ଲା ରକ୍ତଦାତା ସଙ୍ଘ ର ସଭାପତି ମନୋଜ ପଣ୍ଡା ଭୀମଭୋଇ ମାନବୀୟ ସମ୍ମାନ ଏବଂ କଣ୍ଠଶିଳ୍ପୀ ବୀରେନ୍ଦ୍ର ଜଗଦଲା ଭୀମଭୋଇ ଯୁବ କଣ୍ଠଶିଳ୍ପୀ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ l ଏତଦ ବ୍ୟତୀତ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ପଧାନ , କବି ଲୋକନାଥ ଦଳବେହେରା , କବି ଶୁଭେନ୍ଦୁ ମେହେର , ନୃତ୍ୟଗୁରୁ ସାମିଲ କୁମାର ଦାସ ଙ୍କୁ ସମ୍ବର୍ଦ୍ଧନl ଦିଆ ଯାଇଥିଲା l ଶିକ୍ଷକ ଅଭାବ ର ପ୍ରତିପୂରଣ ନିମନ୍ତେ କୁମାରକେଳି ଗାଁ ର ସରୋଜ ସେଠି, ଫିରୋଜ ବେହେରା ଓ ଅଙ୍କିତା ପଧାନ ପିଲାଙ୍କୁ ଶିକ୍ଷା ଦାନ କରୁଥିବା ରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଦିବ୍ୟାଂଶୁ ପଧାନ ସର୍ବଶ୍ରେଷ୍ଠ ଛାତ୍ର , ଅଷ୍ଟମ ଶ୍ରେଣୀ ଛାତ୍ରୀ ସିକିତା ପଧାନ ଶ୍ରେଷ୍ଠ ସ୍ବେଛାସେବୀ , ସପ୍ତମ ଶ୍ରେଣୀ ଛାତ୍ରୀ ସୁନିତା ସାହୁ ସର୍ବୋତ୍ତମ ଶୃଙ୍ଖଳିତ , ସପ୍ତମ ଶ୍ରେଣୀ ଛାତ୍ର ତ୍ରିଲୋଚନ ପେରା ମେଧାବୀ ଛାତ୍ର , ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିନସି ପଧାନ ଶ୍ରେଷ୍ଠ ସମୟାନୁବର୍ତ୍ତୀ ଛାତ୍ର ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ ବାର୍ଷିକ କ୍ରୀଡା ର ବାଳକ ଚମ୍ପିୟାନ ଚିକୁ ବେହେରା ଓ ବାଳିକା ଚମ୍ପିୟାନ ଅଞ୍ଜଳି ବେହେରା ଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପୁରସ୍କାର ବିତରଣ ରେ ଶିକ୍ଷକ ନରେନ୍ଦ୍ର ନାଗ , ଶିବରାମ ଚାନ୍ଦ , ଦିଲ୍ଲୀପ ପଣ୍ଡା ଖିରେନ୍ଦ୍ର ରଣା , ସତ୍ୟ ନାରାୟଣ ମେହେର ସହଯୋଗ କରିଥିବା ବେଳେ ଶିକ୍ଷକ ଭରତ ହରିପାଲ ଓ ବାମଦେବ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ‘ମହକ’ କୁ ଉନ୍ମୋଚନ କରାଯାଇଥିଲା l ଅନୁଷ୍ଠାନ ର ଛାତ୍ରୀ ଙ୍କ ଦ୍ୱାରା ସଚେତନ ଧର୍ମୀ ନାଟକ ‘ନିଶା ‘ ମଞ୍ଚସ୍ଥ ହୋଇଥିଲା l ପରିଚାଳନା କମିଟି ସଦସ୍ୟ ବିନୋଦ, ପ୍ରମୋଦ , ପଙ୍କଜ, ଛବିଳ, ତରଣୀ ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l
କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
