ଚିପିଲିମା,ସମ୍ୱଲପୁର ଜିଲ୍ଲା ସାନଟିକ୍ରା (ଗୋଶାଳା )ସ୍ଥିତ ଚଣ୍ଡୀ ମନ୍ଦିର ରୂପାନ୍ତିକରଣ ତଥା ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ୧୪ଲକ୍ଷ ଟଙ୍କାର ପାଣ୍ଠି ଆସିଛି l ଏହି ପାଣ୍ଠିକୁ କିପରି ଖର୍ଚ୍ଚ କରାଯିବ ସେନେଇ ମନ୍ଦିର ପରିଚାଳନା କମିଟି ର ସଭାପତି ବାଲକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମାଁ ଙ୍କ ଆସ୍ଥାନକୁ ଛାଡି ଅନ୍ୟ ସବୁ ଅଂଶ କୁ ନୂତନ ଭାବରେ ରୂପାନ୍ତିକରଣ ସହିତ ସୁନ୍ଦର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିବା ଜଣାପଡିଛି l କାର୍ଯ୍ୟ ତଦାରଖ ପାଇଁ ସ୍ୱତନ୍ତ୍ର ଏକ କମିଟି ଗଠନ ହୋଇଛି l ପ୍ରକାଶ ଥାଉକି ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଅର୍ଥ ର ଆବଶ୍ୟକ ହେଲେ ଅନ୍ୟ ଶ୍ରଦ୍ଧାଲୁ ବା କମିଟି ସଦସ୍ୟଙ୍କ ମୁକ୍ତହସ୍ତ ଦାନକୁ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି l ବୈଠକରେ ପଣ୍ଡିତ ଅସୀମାନନ୍ଦ ଷଡ଼ଙ୍ଗୀ, ହଜାରୀ ସାହୁ, ସମ୍ପୂର୍ଣ୍ଣ ଦେବତା, ସୂର୍ଯ୍ୟକୁମାର ସିଂ, ଗୌରାଙ୍ଗ ପ୍ରଧାନ, ବଂଶୀ ବେହେରା, ଗୌରବ ଅଗ୍ରୱାଲ, ମନ ଥପା, ଇଣ୍ଡିଏନ ଭାସ୍କର ରାଓ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l