Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ ବ୍ଲକ ସିଟି ପ୍ରାଥମିକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ମହୋତ୍ସବଶିକ୍ଷା – ଶିକ୍ଷାୟତନ ଆଲୋଚନାଚକ୍ର

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଶିକ୍ଷକ ଭବନ ଠାରେ ଲାଞ୍ଜିଗଡ଼ ବ୍ଲକ ସିଟି ପ୍ରାଥମିକ ସଂଘ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଯୋଜନା ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ରାଜ୍ୟ ଫେଡେରେସନ ସଭାପତି ତଥା ପ୍ରକୃତି ବନ୍ଧୁ ଶ୍ରୀ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଯ୍ଯୋଧନ ମାଝୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭୃକୁଟି ଗୌଡ, ଜିଲ୍ଲା ବରିଷ୍ଠ ଉପସଭାପତି ଜଗତରାମ ଶବର, ଜିଲ୍ଲା କୋଷାଧ୍ଯକ୍ଷ ଧନଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି କର୍ମକର୍ତ୍ତା ନିର୍ବାଚନରେ ଅନିଲ କୁମାର ତ୍ରିପାଠୀ ସଭାପତି, ଲକ୍ଷ୍ମୀପ୍ରିୟା ନାୟକ ଉପସଭାନେତ୍ରୀ, ପଞ୍ଚାନନ ନାଗ ଉପସଭାପତି, ପ୍ରଭାତ କୁମାର ପାଠୀ, କାର୍ଯ୍ୟକାରୀ ସଭାପତି, ମନୋଜ କୁମାର ମହାକୁଡ ସମ୍ପାଦକ, ଦିବାକର ବିଭାର ଯୁଗ୍ମ ସମ୍ପାଦକ, କଲ୍ୟାଣୀ ମହାରଣା, ସନ୍ୟାସୀ ନାହକ ଏବଂ ବିଶ୍ଵନାଥ ସାହୁ ଙ୍କୁ ମଣ୍ଡଳ ସମ୍ପାଦକ, ରାଘବ ଗହୀର କୋଷାଧ୍ଯକ୍ଷ, ରାଧା ମାଧବ ରଥ, କାଳିଦାଶ ବାଗ, ମୀନକେତନ ତାଣ୍ଡି, ଦନାର୍ଦ୍ଦନ ମିଶ୍ର, ଲୋକନାଥ କରୁଆଁ, ଝସକେତନ ବୁଦ୍ଧିଆ ଙ୍କୁ ସହ ଉପଦେଷ୍ଟା ମଣ୍ଡଳୀ ପ୍ରମୁଖ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ଶପଥ ପାଠ କରାଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାଝୀ ଶିକ୍ଷକ ମାନଙ୍କ ସମସ୍ୟା ରାଜ୍ୟ ସରକାରଙ୍କ ପାଖରେ ଅବଗତ କରାଇ ସମାଧାନ କରିବା ଏବଂ ଏକ ଶିକ୍ଷକ ଭବନ ନିର୍ମାଣ କରାଯିବାର ପ୍ରତିଶୃତି ଦେଇଥିଲେ। ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ୫ଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବା ନିମନ୍ତେ ସହଯୋଗ ପ୍ରଦାନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ‘ଶିକ୍ଷା – ଶିକ୍ଷାୟତନ’ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତିଙ୍କ ସାଙ୍ଗଠନିକ ସ୍ୱୀକୃତି ପତ୍ର ପ୍ରଦାନ ପରେ ଉପସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।