କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି କଳାକାର ସଂଘର ଦ୍ୱିତୀୟ ମହଲା କୋଠାର ଉଦଘାଟନ ଉତ୍ସବ ପାଳନ କରାଯାଇଛି l ଏହି ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଉପସ୍ଥିତ ରହି ତାଙ୍କ କରକମଳରେ ନୂଆ ଗୃହର ଉଦଘାଟନ କରିଥିଲେ l ଯାହା ମାନ୍ୟବର ଶ୍ରୀ ସୁଜିତ କୁମାର ତାଙ୍କ ସାଂସଦ ପାଣ୍ଠିରୁ ନୂତନ ଗୃହ ନିର୍ମାଣ କରିବା ପାଇଁ ଅନୁଦାନ ଦେଇଥିଲେ l ଏହି ଉତ୍ସବରେ ଏକ ସଭା ଆୟୋଜନ କରାଯାଇଥିଲା ଏହି ସଭାରେ କଳାକାର ସଂଘର ସଭାପତି ଅବଦୁଲ କାଦିର, ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା l ଏହି ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର କଳାହାଣ୍ଡି ର ସମସ୍ତ କଳାକାରଙ୍କ ଉର୍ନ୍ନତି ଉପରେ ଅନେକ ବାର୍ତ୍ତା ଜଣାଇଥିଲେ l ଏହି ସଭାରେ କୋସାଧକ୍ଷ ରଂଜିତ ସିଂ, ବରିଷ୍ଠ କଳାକାର ଶ୍ରୀ ପ୍ରଭାସ ମିଶ୍ର , ଶ୍ରୀ ଭୀମସେନ ସାହୁ, ଉମେଶ ଶତପଥି, ମନୋଜ ଶର୍ମା, ନିମାଇଁ ପାଣି, ଦେବରାଜ ଛାତ୍ରିଆ, ଜୟଶଙ୍କର ପଣ୍ଡା, ସଂଗ୍ରାମ ହୋତା, ସଂଗ୍ରାମ ସରାଫ, ଉପାସନା ତ୍ରିପାଠୀ, ଶର୍ମିଷ୍ଠା ନାୟକ, ବିଭୁ ପଣ୍ଡା, ହିତେଶ ଭୋଇ ଓ ଅନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l ଏହା ସଭାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାକାର ପେନସନ ସହାୟତା ଯୋଜନାରେ କଳାକାର ସହାୟତା ରାଶିକୁ 1200 ରୁ 2000 ଓ 80 ବର୍ଷରୁ ଅଧିକ ଆୟୁ ବ୍ୟକ୍ତିଙ୍କୁ 2500/- ଟଙ୍କା କରିଥିବାରୁ ପେନସନ ଭୋଗୀ ମହାସଂଘ ତରଫରୁ ପ୍ରଦୀପ ଡ଼ି.ମାଝୀ – ସଭାପତି,
ଲଳିତ ପଣ୍ଡା – କୋଷାଧକ୍ଷ, କାଁହୁ ଗୌଡ଼ – ଯୁଗ୍ମ ସମ୍ପାଦକ, ସୁରେଶ ଥାନାପତି, ଆର୍ତ୍ତ ସାହୁ, କରୁଣାକର ଗୌଡ଼, ବାଲୁଲାଲ ଶର୍ମା ସମସ୍ତ ପେନସନ ଭୋଗୀ କଳାକାର ମାନେ ମଧ୍ୟ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଯୁଗ୍ମ ସମ୍ପାଦକ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l