କଳାହାଣ୍ଡି ଜିଲ୍ଲା ର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡି ପରିବାର ର ଉପ-ସଭାପତି ଶ୍ରୀ ଭୋଲା ଶଙ୍କର ପାତ୍ର ଙ୍କ ଶୁଭ ଜନ୍ମ ଦିନ ଅବସରରେ ଭବାନିପାଟଣା ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଆଜି ସକାଳ ୯ ଘଣ୍ଟା ରେ ଆରମ୍ଭ ହୋଇଛି ରକ୍ତଦାନ ଶିବିର


କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍” କଳାହାଣ୍ଡି ପରିବାର ର ଉପ-ସଭାପତି ଶ୍ରୀ ଭୋଲା ଶଙ୍କର ପାତ୍ର ଙ୍କ ଶୁଭ ଜନ୍ମ ଦିନ ଅବସରରେ ଭବାନିପାଟଣା ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଆଜି ସକାଳ ୯ ଘଣ୍ଟା ରେ ଆରମ୍ଭ ହୋଇଛି ରକ୍ତଦାନ ଶିବିର । ରକ୍ତଦାନ, ମହତ୍ ଦାନ । ରକ୍ତଦାନ କରି ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବା ପାଇଁ ସହଯୋଗ ର ହାତ ବଢ଼ାଇବା କୁ ନିଜ ଜନ୍ମ ଦିନରେ ସମସ୍ତ ଙ୍କୁ ଆହ୍ବାନ କରିଛନ୍ତି ଶ୍ରୀ ଭୋଲା ଶଙ୍କର ପାତ୍ର । ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ପେସିଆଲ୍ ଦିନକୁ ଆହୁରି ସ୍ପେସିଆଲ୍ ଭାବେ ପାଳନ କରିବା ପାଇଁ ଏଭଳି ରକ୍ତଦାନ ଶିବିର ର ଆୟୋଜନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଯାହାର ଜିଲ୍ଲା ଓ ଜିଲ୍ଲା ବାହାର ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର ସେବା ଯୋଗାଇବା ସହ ରୋଗୀ ମାନଙ୍କୁ ରକ୍ତ ଯୋଗାଇବାରେ ସହଯୋଗ ହୋଇ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ସୋସିଆଲ ୱାଲଫେୟର ଅର୍ଗାନାଇଯେସନ୍ ‘ । ସୋସିଆଲ ୱାଲଫେୟର ଅର୍ଗାନାଇଯେସନ୍ ର ପ୍ରତିଷ୍ଠାତା ଉମାକାନ୍ତ ଙ୍କ ନେତୃତ୍ୟରେ ଅନୁଷ୍ଠିତ ଏହି ରକ୍ତ ଶିବିର ଆୟୋଜିତ ରେ ମୁଖ୍ୟ ଅତିଥି ଶାସ୍ତ୍ରୀଜି ମୋଡଲିଂ ସ୍କୁଲ ର ଆଶୋତୋଷ ମୁଣ୍ଡ ଓ ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଅର୍ଗାନାଇଯେସନ ର ସଦସ୍ୟ ରିଙ୍କୁ ମଙ୍ଗରାଜ,ରମେଶ ଦୂର୍ଗା,ପ୍ରଦିପ ସେଠି ଆ,ରଞ୍ଜନ ସାହୁ , କାର୍ଯ୍ୟକାରୀ ସଭାପତି ସଂଗ୍ରାମ କନ୍ଦପାନ, ହସ୍ତଜୟ ବାଗ, ଲିଙ୍ଗରାଜ ଛତ୍ରିଆ ତଥା ଏହି ରକ୍ତ ଦାନ ଶିବିର ରେ ନିଜେ ସଂଗଠନ ର ଉପ-ସଭାପତି ଭୋଳା ଶଙ୍କର ପାତ୍ର ରକ୍ତ ଦାନ କରିଥିଲେ ।ଏହି ରକ୍ତ ଦାନ ଶିବିର କୁ ସଂଗଠନର କର୍ମକର୍ତ୍ତା ରକ୍ତ ଦାନ କରୁଥିବା ବେଳେ ଉମାକାନ୍ତ ସୁନାନି ସହଯୋଗ କରୁଥିବା ବେଳେ ରକ୍ତ ଭଣ୍ଡାର ର ଟେକ୍ନିସିଆନ୍ କୃଷ୍ଣ ଚନ୍ଦ୍ର ସାହୁ ରକ୍ତ ସଂଗ୍ର କରୁଥିଲେ ,ଓ ବ୍ଲଡ ବ୍ୟାଙ୍କ କର୍ମକର୍ତ୍ତା ସହଯୋଗ କରିଥିଲେ। ସୋସିଆଲ ୱାଲଫେର ଅର୍ଗାନାଇଯେସନ ର ଏହି ଭଳି ପଦକ୍ଷେପ କୁ ବିଭିନ୍ନ ମହଲ ରେ ଚର୍ଚ୍ଚା ର ବିନ୍ଦୁ ପାଲଟିଛି ।