ସିଣ୍ଢୋଲ ୟୁ. ପି. ସ୍କୁଲର ବାର୍ଷିକ ଉତ୍ସବ (କସ୍ତୁରୀ) ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ୟୁ.ପି. ସ୍କୁଲର ବାର୍ଷିକ ଉତ୍ସବ କସ୍ତୁରୀ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ଜମ୍ବୋବତୀ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନିୟ ସରପଞ୍ଚ ପ୍ରଦୀପ ଦେହେରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବକ୍ତା ଭାବରେ ସୋନପୁର କଲେଜର ଅଧ୍ୟାପକ ଡ଼. ମିନକେତନ କୁମ୍ଭାର ଯୋଗଦେଇ ବକ୍ତ୍ୟବ୍ୟ ରଖିଥିଲେ l ସ୍ୱତନ୍ତ ଅତିଥି ଭାବରେ ଅଭିନେତା ଜିତେନ୍ଦ୍ରିୟ ହୋତା ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁକେଶ ଭୋଇ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଧିକାରୀ ଜନାର୍ଦନ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କେ. ଦାସ , ଡ଼. ଅନିରୁଦ୍ଧ କୁରକୁରିଆ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ପରିଚାଳନା କମିଟି ସଭାପତି ନୁଆଦେଇ ଦେହୁରୀ , ନିରୁପମା ଦାସ , ସୁଧୀର ମୋହନ ଦାସ ପ୍ରମୁଖ ମଂଚାସୀନ ହୋଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଶିକ୍ଷକ ନୀଳାମ୍ବର ଧରୁଆ ସଭା ସଂଯୋଜନା କରିଥିବା ବେଳେ ସୁନୀଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଜନ୍ମେଜୟ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସିଆରସିସି ଅମିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ସମସ୍ତ ସିଆରସିସି , ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l