Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରିଷିଗାଁ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଗ୍ରାମାଞ୍ଚଳ ଭିତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରିଷିଗାଁ ସରପଞ୍ଚ ବିନୋଦିନୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜନ ହୋଇଥିଲା ∣ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆମ ଓଡିଶା ନବୀନ ଓଡିଶା ଭବାନୀପାଟଣା ଉପଖଣ୍ଡ ସଂଯୋଜକ ବଦ୍ରିନାରାୟ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ପୌରପାଳିକା ଅଧ୍ୟକ୍ଷା ତଥା ବିଜେଡି ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ,୩ ନଂ ଯୋନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପଳତା ନାଏକ ,ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ତଲବେଲଗାଁ ସରପଞ୍ଚ ଅଙ୍କିତା ବେହେରା ,ଛେଲିଆମାଳ ସରପଞ୍ଚ ଲଷ୍ମୀ ମାଝୀ ,ବିଜେଡି ଭବାନୀପାଟଣା ବ୍ଲକ ସଭାପତି ପ୍ରେମ ରଞ୍ଜନ ପାଣିଗ୍ରାହୀ ( ବଡ଼ ବାବୁ ) ପ୍ରମୁଖ ଯୋଗ ଦେଇଥିଲେ ∣ ରିଷିଗାଁ ପିଇଓ ନିଶାନ୍ତ ସାହୁ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ବିକାଶ ବାଗ ପରିଚାଳନା କରିଥିଲେ ∣ ରିଷିଗାଁ ପଞ୍ଚାୟତ ବାସୀଙ୍କ ସହିତ ମିଶନ ଶକ୍ତି ମହିଳା ଗୋଷ୍ଠୀ, ବିଭିନ୍ନ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ,ଘୁମୁରା ଦଳ, ଡାନ୍ସ ଗ୍ରୁପ, ୱାର୍ଡ ମେମ୍ବର ସଭ୍ୟ ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମାନେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ∣ ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ପ୍ରତେକ ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ସାମିଲ କରି ପଞ୍ଚାୟତର ଭିତିଭୂମିକୁ ସୁଦୃଢ କରୁଥିବାକୁ ନେଇ ଅଭିଭାଷଣ ଦେଇଥିଲେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଇଥିଲେ ∣ ଏହା ପରେ କାର୍ଯ୍ୟକ୍ରମରେ ନାଚ, ଗୀତ ସହିତ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା ∣