ସମ୍ବଲପୁର: ଓଡିଆ ପ୍ରାମାଣିକ ଚଳଚ୍ଚିତ୍ର “ମହାନଦୀ – ଦ ରିଭର ଇନ ଦ ଆୟ ଅଫ ଏ ପଏଟ” ବିଭିନ୍ନ ମହଲରେ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛି । ଏହି ଚଳଚ୍ଚିତ୍ର ଏବେ ମିରଟ ଫିଲ୍ମ ଫେଷ୍ଟ ସମ୍ସକରା ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଶ୍ରେଷ୍ଠ ଡକ୍ୟୁମେଂଟାରୀ ପୁରସ୍କାର ପାଇଛି । ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର, ନିର୍ମାତା ଡ. ଅଶୋକ କୁମାର ପଣ୍ଡା ଓ ଟିମକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । କେବଳ ଏତିକି ନୁହେଁ ମହାନଦୀ ଚଳଚ୍ଚିତ୍ର ନୋଇଡା ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଗୁରୁଗାଓଁ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ମଦୁରାଇ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇ ପ୍ରଦର୍ଶିତ ହେଇଥିଲା ।
ଏହା ପୂର୍ବରୁ ମହାନଦୀ ପ୍ରାମାଣିକ ଚଳଚିତ୍ର ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ପୁରସ୍କୃତ ହୋଇ ସାରିଛି । ଚତୁର୍ଥ ନଦୀ ଉତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବେ ମହାନଦୀ ପ୍ରଦର୍ଶିତ ହୋଇଥିଲା । ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଂଟର ଫର ଆର୍ଟ, କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ ଗତ କିଛି ବର୍ଷ ଧରି ନଦୀ ଉତ୍ସବ ଆୟୋଜନ କରି ଆସୁଛି ।
ସମ୍ସକରା ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୪, ‘ମହାନଦୀ’କୁ ଶ୍ରେଷ୍ଠ ଡକ୍ୟୁମେଂଟାରୀ ପୁରସ୍କାର
