ଧର୍ମଗଡ଼ ଉପଖଣ୍ଡ ରୁ ବିଜେପି ଚେହେରା କିଏ ?


କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ଲୋକ ସଭା କ୍ଷେତ୍ର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସାତ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ କୁ ନେଇ ଗଠିତ ଏହି ସାତ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଧର୍ମଗଡ଼ ଆସନ ସବୁ ବେଳେ ଚର୍ଚ୍ଚା ରେ ଥାଏ। ଏହି ଆସନ ରୁ କେଉଁ ଦଳ ରୁ କିଏ ପାର୍ଥି ହେବେ ? କାହାର ପଲା ଭାରୀ ରହିବ । କାହାକୁ ବାଛିବେ ଭୋଟର, ଭୋଟ ପରେ କିଏ ମାରିବ ଜିତାପଟ । ଏହି ଆସନ ରୁ ବି.ଜେ.ପି. ପାର୍ଥି କିଏ ହେବ ତାକୁ ନେଇ ଦ୍ଵନ୍ଦ ବଢିବାରେ ଲାଗିଛି । ଟିକେଟ୍ ଲବିରେ ନୂଆ ପୁରୁଣା କୁ ମିଶାଇ ୬ ଜଣ ଆଶାୟୀ ରହିଛନ୍ତି। ଅନନ୍ତ ପ୍ରତାପ ଦେଓ, ରବି ପାଟ୍ଟଯୋଶୀ, ଜନାର୍ଦ୍ଦନ ପଣ୍ଡା, ଯୁବ ଆଇନଜୀବୀ ତଥା ସମାଜସେବୀ ସଞୀବ ଯୋଶୀ ପ୍ରମୂଖ ଙ୍କ ନାମ ଚର୍ଚ୍ଚା ରେ ଅଛି । ଏପରିକି ପୂର୍ବତନ ମନ୍ତ୍ରୀ ବି.ଜେ.ଡି. ରୁ ପାର୍ଥି ନ ହେଲେ ବିଜେପି ପାର୍ଥି ହେବାକୁ ଲବି କରୁଥିବା ଚର୍ଚ୍ଚା ହେଉଛି। ସାଧାରଣ ବର୍ଗ ଙ୍କ ପାଇଁ ଉଦ୍ଧିଷ୍ଟ ଏହି ନିର୍ବାଚନମଣ୍ଡଳୀ ରେ କେବେବି ବିଜେପି ପାର୍ଥି ବିଜୟୀ ହୋଇ ନାହାନ୍ତି । ଗତ ୨୦୧୯ ନିର୍ବାଚନ ରେ ମୋଦୀ ଙ୍କ ହାୱା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଅନନ୍ତ ନାରାୟଣ ସିଂହଦେଓ. ମୋଟ ୫୨ ହଜାର ୧୯୩ ଖଣ୍ଡ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭୋଟ ବ୍ୟବଧାନ ୧୬ ହଜାର ୯୮ ଥିଲା । ଆଗାମୀ ୨୦୨୪ ନିର୍ବାଚନ କୁ ବିଜେପି ଫୋକସ୍ କରୁଥିବା ବେଳେ ଧର୍ମଗଡ଼ ଆସନ ରୁ ବିଜେପି ର ଚେହେରା କିଏ ହେବ ? ଦଳ କାହାକୁ ଟିକେଟ୍ ଦେବ? ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ଯୁବ ନେତା ସୁପ୍ରିମକୋର୍ଟ ରେ ଓକିଲାତି କରୁଥିବା ସଂଜୀବ ଯୋଶୀ ଙ୍କ ନାମ ଧର୍ମଗଡ଼, କଲମପୁର, କୋକସରା, ଜୟପାଟଣା ଅଞ୍ଚଳରେ ଜୋର୍ ଧରିଛି । ଚର୍ଚ୍ଚା ଏଭଳି ମଧ୍ଯ ହେଉଛି ଯେ ଗତ ୨୦୧୯ ନିର୍ବାଚନ ରେ ମୋଦୀଙ୍କ ପ୍ରବଳ ହାୱା ସତ୍ତ୍ୱେ ସାଧାରଣ ଶିକ୍ଷକ ରୁ ରାଜନେତା ହୋଇଥିବା ବିଧାୟକ ପାର୍ଥି ମହୋଷଧି ବାଗ୍ ଙ୍କୁ ବିଜେପି ପରାସ୍ତ କରି ପାରି ନଥିଲା । ଏବେବି ବିଜେଡି ପାର୍ଥି ବିଧାୟକ ମହୋଷଧି ବାଗ ହୁଅନ୍ତୁ ବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପାର୍ଥି ହେବେ । ତେଣୁ ବିଜେଡି କୁ ଟକ୍କର ଦେବାକୁ ହେଲେ ସେଭଳି ଜଣେ ଦକ୍ଷ ଯୁବ ନେତୃତ୍ୱକୁ ବିଜେପି ପାର୍ଥି ହେବା ଉଚିତ୍ ବୋଲି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ସେଭଳି ବ୍ୟକ୍ତିତ୍ୱ ଆଇନଜୀବୀ ତଥା ବିଜେପି ର ସକ୍ରିୟ ସଦସ୍ଯ ସଞ୍ଜୀବ ଯୋଶୀ ଙ୍କ ଠାରେ ଦେଖିବାକୁ ମିଳେ ବୋଲି ଅଞ୍ଚଳର ଚା ଖଟିରେ ଆଲୋଚନା ହେଉଥିବାର ଦେଖିବାକୁ ମିଳୁଛି । ଅନେକ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନେ ବି ମତବ୍ୟକ୍ତ ଦେଇଛନ୍ତି ଶ୍ରୀ ଯୋଶୀ ସୁପ୍ରିମକୋର୍ଟ ରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିବା ସମୟରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା କିପରି ଉନ୍ନତ ମାନର ହୋଇପାରିବ ସେ ସମ୍ପର୍କରେ ଉଚ ନ୍ୟାୟାଳୟ ରେ ଆଶ୍ରୟ ନେଇଛନ୍ତି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବହେଳିତ ସ୍ୱାସ୍ଥ୍ୟ ସୁବିଧା, ବିଶେଷଜ୍ଞ ଡାକ୍ତର ମାନଙ୍କ ପଦବୀ ଖାଲି, ମେସିନାରୀ ଅଭାବ, ଟେକ୍ନିସିଆନ୍ ଅଭାବ ଆଦି ସମସ୍ୟା ନେଇ ଶ୍ରୀ ଯୋଶୀ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ । ଓଡିଶା ସରକାରଙ୍କ ବିରୋଧରେ ୨୦୨୧ ମସିହା ଜୁନ୍ ମାସରେ ଜନ ହିତ ଯାଚିକା ଦାୟର କରିଥିଲେ ।
ଯାହାରି ଫଳରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ହେବା ସହ ଡାକ୍ତରଖାନା ଗୁଡିକ ର ବିଲଡିଂ ତିଆରି ଚାଲିଛି । ଏପରିକି ଟେକନିସିଆନ ପଦବୀ ପୂରଣ ପାଇଁ ଅହରହ ଚେଷ୍ଟା କରିଚାଲିଛନ୍ତି । ସୁପ୍ରିମକୋର୍ଟ ମଧ୍ଯ ପଦବୀ ପୂରଣ ପାଇଁ ସମୟ ସମୟରେ ନିର୍ଦ୍ଦେଶ ଦେଇଛନ୍ତି । ସବୁବେଳେ ଜିଲା ସମସ୍ୟା କୁ ନେଇ ସବୁବେଳେ ସେ ଚିନ୍ତିତ । ଏଭଳି ବ୍ୟକ୍ତି ସାଧାରଣ ଲୋକଙ୍କ ସେବା କରିବା ପାଇଁ ସବୁ ସ୍ତରରେ ଚିନ୍ତା କରୁଥିବା ବେଳେ ତାଙ୍କୁ ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚିତ କରାଯାଏ, ସମସ୍ୟା କୁ ନେଇ ସଠିକ୍ ଭାବେ ଉପସ୍ଥାପନ କରି ପାରିବେ ବୋଲି ଅନେକ ଯୁବନେତା ମତବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ଯୋଶୀ କହନ୍ତି ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ନେଇ ପି ଆଇ ଏଲ୍ କରିଥିଲି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶନାରେ ମୁଖ୍ୟ ଚିକିତ୍ସାଳୟ ର ବିଲଡିଂ ତିଆରି ସହ ଡାକ୍ତର ପଦବୀ କିଛି ପୂରଣ ହୋଇ ପାରିଛି । ଧର୍ମଗତ ଡାକ୍ତରଖାନା ତଥା କୋକସରା, କଲମପୁର, ଜୟ ପାଟଣା ଆଦି ଡାକ୍ତରଖାନା ଗୁଡିକର ପରବର୍ତ୍ତୀ ଶୁଣାଣି ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେବାର ଅନୁମାନ କରାଯାଇଛି, ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସହ ଅନ୍ୟାନ୍ୟ ମୌଳିକ ସମସ୍ୟା କୁ ମଧ୍ଯ ଉପସ୍ଥାପନା କରିବି, ସେବା କରିବା ରାଜନୀତି କ୍ଷେତ୍ର ଉପଯୁକ୍ତ ମାଧ୍ୟମ ତେଣୁ ମୋତେ ଦଳ ତରଫରୁ ସାଂସଦ କିମ୍ବା ବିଧାୟକ ଭାବେ ପାର୍ଥି କରାଯାଏ ଜିଲା ର ସ୍ୱାର୍ଥ କୁ ସଠିକ୍ ଭାବେ ଉପସ୍ଥାପନ କରିପାରିବି ବୋଲି କହିଥିଲେ । ଅନେକ କହନ୍ତି ଧର୍ମଗଡ଼ ନିର୍ବାଚନମଣ୍ଡଳୀ ରେ ବିଜେଡି କୁ ଚେକ୍ ମେଣ୍ଟ ଦେବାକୁ ସଞ୍ଜୀବ ଯୋଶୀ ଯଥେଷ୍ଟ । ସମୟ କୁ ଅପେକ୍ଷା ବିଜେଡି ତରଫରୁ କିଏ ପାର୍ଥି ହୋଇ ଶାସକ ଦଳ ପାର୍ଥି ଙ୍କୁ ଟକ୍କର ଦେବ।