Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୨୦/୦୨ (ଜଗନ୍ନାଥ ନାଏକ) :- ଆସନ୍ତା ମାର୍ଚ୍ଚ ମାସ 3 ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଙ୍କ ସମ୍ମିଳନୀଗୃହରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସି ଡି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ରଂଜନ ମିତ୍ର, ଏ ଡି ପି ଏଚ ଓ ଡ ମୋନୋ ମାଝୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ , ଶିକ୍ଷା ବିଭାଗ , ସମନ୍ଵିତ ଶିଶୁ ବିକାଶ ବିଭାଗ , ପରିବହନ ବିଭାଗ , ସମାଜ ମଙ୍ଗଳ ବିଭାଗ,ବିଦ୍ୟୁତ ବିଭାଗ , ସମାଜସେବୀ ସଂଗଠନ ର କର୍ମୀମାନେ ଯୋଗ ଦେଇଥିଲେ । ଭାରତ ବର୍ଷ ଆଜି ଏକ ପୋଲିଓ ମୁକ୍ତ ଦେଶ ଅଟେ କିନ୍ତୁ କେତେକ ଦେଶରେ ଏବେବି ପୋଲିଓ ରୋଗୀ ଦେଖା ଦେଉଛନ୍ତି, ତାହା କେବେ ବି ଆମ ଦେଶ ରେ ଦେଖାଦେଇପାରେ। ସମ୍ପୂର୍ଣ୍ଣ ପୋଲିଓ ନିରାକରଣ ପାଇଁ ଜିଲ୍ଲାରେ ମାର୍ଚ୍ଚ ମାସ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୦ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସମସ୍ତ ବୁଥ ମାନଙ୍କ ରେ ମାର୍ଚ୍ଚ ୩ ତାରିଖ ଏବଂ ୪ ଓ ୫ ତାରିଖ ଦିନ ମୋବାଇଲ ଟିମ୍ ଓ ଘରକୁ ଘର ଯାଇ ଅଙ୍ଗନବାଡ଼ି କର୍ମୀ ଓ ନିୟୋଜିତ କର୍ମଚାରୀ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଗସ୍ତ କରିବେ। ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ।ଏହି ଅଭିଯାନର ବିଶେଷ ପ୍ରଚାର ପ୍ରସାର ପାଇଁ ଲିଫ୍ଲେଟ୍, ପୋଷ୍ଟର ସହ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା, ବୁଥ ମାନଙ୍କରେ ସବିଶେଷ ବ୍ୟବସ୍ଥା, ଟୀକା ପରିବହନ ବ୍ୟବସ୍ଥା, ମନିଟରିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଡବ୍ଲୁ ଏଚ ଓ ମେଡ଼ିକାଲ ଅଧିକାରୀ ଡ ଶ୍ୟାମ ଆଡପା ପିପିଟି ମାଧ୍ୟମରେ ଗୃହରେ ସମସ୍ତ ବିଷୟ ରେ ତଥ୍ଯ ରଖିଥିଲେ ଓ ଜିଲ୍ଲାପାଳ ଏହି ଅଭିଯାନ କୁ ସଫଳ କରିବାପାଇଁ ସମସ୍ତଙ୍କ ଆନ୍ତରିକ ସହ ଯୋଗ କୁ ଗୁରୁତ୍ଵ ଦେଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ