କନ୍ଧମାଳର ଯୁବ କଂଗ୍ରେସ ପ୍ରଭାରୀ ହେଲେ ମନ୍ଦାକିନୀ ବାଣୁଆ


କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଦାୟିତ୍ବରେ ଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ମନ୍ଦାକିନୀ ବାଣୁଆଙ୍କୁ କନ୍ଧମାଳ ଜିଲା ଯୁବ କଂଗ୍ରେସ ର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଦାୟିତ୍ଵ ମିଳିଛି । ମନ୍ଦାକିନୀ କଳାହାଣ୍ଡି ଜିଲା କଂଗ୍ରେସରେ ଜଣେ ସକ୍ରିୟ ନାରୀନେତ୍ରୀ ରହିଥିବାବେଳେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ସହ ଗରିବଙ୍କ ନ୍ୟାୟ ପାଇଁ ସବୁବେଳେ ଲଢେଇ କରିଥାନ୍ତି। ଏପରିକି ଦଳରେ ଯୁବ କର୍ମକର୍ତ୍ତା ଙ୍କୁ ସଙ୍ଗଠିତ କରିବାରେ ତାଙ୍କ ର ପ୍ରମୁଖ ଭୂମିକା ରହିଛି। କନ୍ଧମାଳ ଜିଲା ଯୁବ କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ମିଳିବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ର ହକ୍ ଅଧିକାର ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ ଜୋରଦାର ଜାରି ରଖିବା ସ‌ହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ମନ୍ଦାକିନୀ ଙ୍କ ଏହି ନୂତନ ପଦକୁ ନେଇଁ କଂଗ୍ରେସ କର୍ମକର୍ତ୍ତା ଓ ତାଙ୍କ ର ସହଯୋଗୀ ମାନଙ୍କ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।