Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଗାଡ଼ିକୁ ଧକ୍କା ଦେଲା ଦୃତଗାମୀ ଟ୍ରକ, ହାଇୱା ଚାଳକ ଗୁରୁତର

କଳାହାଣ୍ଡି,୨୧/୦୨-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବାବେଳେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ଏକ ସାଧାରଣ ଘଟଣା ପାଲଟିଗଲାଣି। କୋଟି କୋଟି ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଅତ୍ୟନ୍ତ ନିମ୍ନମାନର କାମ ଓ ହଜାର ହଜାର ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡିଯାଇଛି। ସେହିପରି ବେପରୁୱା ଗାଡିଚାଳନା ମଧ୍ୟ ଏହି ରାସ୍ତାରେ ଦିନ ପ୍ରତିଦିନ ଦୁର୍ଘଟଣାର କାରଣ ସାଜିଛି। ତେବେ ଜିଲ୍ଲା ପୂର୍ତ୍ତ ବିଭାଗ ଏହି ରାସ୍ତାର ଦୁରାବସ୍ତା ଦେଖି ମଧ୍ୟ ନଜରଅନ୍ଦାଜ କରିବା ଯୋଗୁଁ ଦୁର୍ଘଟଣା ରୋକାଯାଇ ପାରୁନାହିଁ । ଏହିପରି ଭାବେ ଆଜି ଅପରାହ୍ନ ୨.୦୦ଟା ସମୟରେ ରାୟଗଡା ପଟୁ ଦୃତଗତିରେ ଆସୁଥିବା ଏକ ଆଲୁମିନିୟମ ଗୁଣ୍ଡ ବୋଝେଇ ଟ୍ରକ ସାମ୍ନାପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱାକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ହାଇୱା ଗାଡିର ସାମ୍ନାପଟ ଚୁରମାର ହୋଇଯାଇଛି। ଟ୍ରକ ଧକ୍କାରେ ହାଇୱା ଗାଡିର ଚାଳକ ଜୟପାଟଣା ଅଂଚଳର ଉମାକାନ୍ତ ଶବରଙ୍କ ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ନର୍ଲା ପୁଲିସ ନିକଟରେ ଅଭିଯୋଗ କରାଯାଇଥିବାବେଳେ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ