Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁକୁଡ଼ାପାଲି ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଚିପିଲିମା,ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଯୁଯୋମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି I କୁକୁଡ଼ାପାଲି ପଞ୍ଚାୟତ ସରପଞ୍ଚ ସନ୍ଧ୍ୟା ରାଣୀ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ I ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦାନ କରି ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ, ଜନହିତକର କାର୍ଯ୍ୟକ୍ରମ ଓ କଲ୍ୟାଣ ମୂଳକ ଯୋଜନା ସଂପର୍କରେ ବିସ୍ତୃତ ଭାବେ ଲୋକଙ୍କୁ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ସଦସ୍ୟ କବିତା ସାହୁ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ପୂର୍ବତନ ବ୍ଲକ ଅଧକ୍ଷ ଶରତ ସାହୁ,ଵିଜୁ ଯୁବ ଜନତା ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଜିପିଓ ଲାଲ ମୋହନ ବୁଡ଼େକ, ଅଶୋକ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ I ଏହି ଅବସରରେ ରାଜ୍ୟ ସରକାର ଙ୍କ ଦ୍ୱାରା ବର୍ଦ୍ଧିତ ମଧୁବାବୁ ପେନସନ ମାସିକ ଭତ୍ତା ୧ ହଜାର ଟଙ୍କା ଲେଖାଏଁ କୁ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହିତାଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ I ଗତ ୨୦୨୩ -୨୪ ଶିକ୍ଷା ବର୍ଷରେ ପଞ୍ଚାୟତ ର ସର୍ବାଧିକ ୯୪ % ପ୍ରତିଶତ ନମ୍ବର ରଖି ଗୌରବ ଆଣିଥିବା ଗିରିପାଲି ର ଛାତ୍ରୀ ରାଜଶ୍ରୀ ଧର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପଞ୍ଚାୟତର ୱାର୍ଡ ମେମ୍ବର, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ ଗଣ ଉପସ୍ଥିତ ଥିଲେ I ଶେଷରେ ପଞ୍ଚାୟତ ଇଓ ପ୍ରନୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ