Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାମାଟି ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ :ମନ ମୋହିଲା ଛାତ୍ରୀଛାତ୍ରଙ୍କ ନାଚ ଗୀତ

ଚିପିଲିମା,ସମ୍ବଲପୁର ଜିଲ୍ଲା କଳାମାଟି ପଞ୍ଚାୟତ ଆଇଆଇଏମ ରୋଡ଼ ସ୍ଥିତ ଆଦର୍ଶ ବିଧ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଉପ ଜିଲ୍ଲପାଳ ଡ଼. ପୁଷ୍ପରାଣୀ ପଣ୍ଡା ଯୋଗଦାନ କରି ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ମୁଖ୍ୟବକ୍ତା ଭାବରେ ଆଇଆଇଏମ ଅଧ୍ୟାପକ ଆନନ୍ଦ ହିନ୍ଦୋଳିଆ ଯୋଗଦାନ କରଥିବାବେଳେ, ସମ୍ମାନୀୟ ଅତିଥିଭାବେ ଲୋକ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ନାଟ୍ୟକାର ଡ଼. ଦ୍ୱାରିକାନାଥ ନାୟକ, ଡ଼. ରାମନରେଶ ମହାଳିଙ୍ଗ ପ୍ରମୁଖ ଯୋଗଦାନ କରି ଉତ୍ସାହ ପ୍ରଦାନ କରିଥିଲେ lନିମନ୍ତ୍ରିତ ଅତିଥି ମଧ୍ୟରେ କଳାମାଟି ସରପଞ୍ଚ ଡ଼ ସୁଷମା ସାହୁ, ପୂର୍ବତନ ସରପଞ୍ଚ ଶ୍ରୀହରୀ ନାଗ, ପୂର୍ବତନ ଜିଲ୍ଲା ପରିଷଦ ସଂଯୁକ୍ତା ପ୍ରଧାନ, ସମାଜସେବୀ ବ୍ରଜବିହାରୀ ସାହୁ, ପ୍ରତାପକର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ l ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ନାଚ ଗୀତ ଦଳଗତ ନୃତ୍ୟଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହୋଇଥିଲା l ଯାହାକୁ ନେଇ ଛାତ୍ରୀଛାତ୍ର ଅବିଭାବକ ମହଲରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ