Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରଶାସନ ଏବଂ ପୀରାମାଲ ର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, ୨୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ବୋର୍ଡ ର ପରିସଂଖ୍ୟାନ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପୀରାମାଲ ର ମିଳିତ ଆନୁକୂଲ୍ୟରେ ଏକ ଏକଦିବସିୟ ବାଳିକା ଶିକ୍ଷ୍ୟା ଏବଂ ଏହାରି ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ସଂଗଠନ କଳାହାଣ୍ଡି ଜିଲ୍ଲାରେ ଅଦ୍ୟାବଧି ୪୦ ଗୋଟି ପଂଚାୟତ ଏବଂ ୧୦୦ ଅଙ୍ଗନବାଡି ଅଞ୍ଚଳ ପରିସରରେ ବାଳିକା ଶିକ୍ଷ୍ୟା ଏବଂ ଯେଉଁ ବାଳିକା ମାନେ ବିଭିନ୍ନ କାରଣ ବଶତଃ ଅଧାରୁ ପାଠପଢା ଛାଡି ଚାଲିଯାଉଛନ୍ତି ସେମାନଙ୍କୁ ଚି଼ହ୍ନଟ କରି ପୁନର୍ବାର ସେମାନଙ୍କୁ ଶିକ୍ଷ୍ୟା ରେ ମନନିବେଶ କରାଇବା ଏହାର ମୌଳିକ ଲକ୍ଷ୍ୟ।ଏହି ପୀରାମାଲ ସ୍ବେଛାସେବି ସଂଗଠନ ୨୦୧୮ ମସିହାରୁ କଳାହାଣ୍ଡି ଜିଲ୍ଲାର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ ମାନଙ୍କରେ ତାର କାର୍ଯ୍ୟକ୍ରମ କରିଆସୁଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମ ର ଏକ ବଳିଷ୍ଠ ଭୂମିକା ରହିଥାଏ,ଯଦ୍ୱାରା ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇପାରିଲେ ଯାଇଁ ଏକ ସୁସ୍ଥ ସମାଜ ଗଠନ ହେବା ସଂଗେ ସଂଗେ ନାରୀ ହେଲେ ପାଠୋଇ ଦେଶଯିବ ଆଗେଇ ଉଦ୍ୟାଶକୁ ସାଧିତ କରିପାରିବ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।ଠିକ ସେହିଭଳି ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଉମାଶଙ୍କର କର,ଥୁଆମୂଳ ରାମପୁର ସରପଞ୍ଚ ବଳଭଦ୍ର ଯାନୀ, ପିରାମାଲ ର ମୁଖ୍ୟ ଶ୍ରୀଯୁକ୍ତ ବି ଏନ ଦୁର୍ଗା, ଶ୍ରୀଯୁକ୍ତ ଜୟ ଡେନିଆଲ ଏବଂ ମିସ ଅଞ୍ଜଳି ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ, ସାରଦା ପ୍ରସାଦ ମହାନ୍ତି ଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ସାମ୍ବାଦିକ ମାନଙ୍କ ସହ ଜିଲ୍ଲାର ସମଶ୍ୟା ଉପରେ ଆଧାରିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ନିମନ୍ତେ ପୀରମାଲ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ