Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଳା ପଞ୍ଚାୟତ ରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ଙ୍କୁ ଜିବିକା ସହାୟତା ରାଶି ବଣ୍ଟନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଳା ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ଙ୍କୁ ଜିବିକା ସହାୟତା ରାଶି ପ୍ରଦାନ କରାଯାଇଛି I ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ପରିବାର ପ୍ରତି 1000 ଟଙ୍କା ଲେଖାଏଁ ପଞ୍ଚାୟତ ର 2181 ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ପାଇଁ ଅନୁଦାନ ରାଶି ଓଡିଶା ସରକାର ପ୍ରଦାନ କରିଥିବା ଜଣାପଡିଛି I ଉକ୍ତ ଅନୁଦାନ ରାଶି ଗାଁ କୁ ଗାଁ ଯାଇ ଯୋଗାଣ ସହାୟକ ଓ ପଞ୍ଚାୟତ କର୍ମଚାରୀ ପହଞ୍ଚାଇବେ ବୋଲି ସରପଞ୍ଚ ଶ୍ରୀମତୀ କର୍ମୀ କହିଛନ୍ତି I କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିନସ୍ଥ କାନପୁର ଗ୍ରାମର ହିତାଧିକାରୀ ଯୋଗ ଦେଇଥିଲେ I