Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏହି ସବୁ ସ୍ଥାନରୁ ଏଆଇ ଧରିଲା ମାଟ୍ରିକ ପରୀକ୍ଷା ତ୍ରୁଟି, ବୋର୍ଡ କହିଲା- ଭାଇରାଲ୍ ହୋଇନି ପ୍ରଶ୍ନ ପତ୍ର

ଭୁୁବନେଶ୍ୱର: ପୁଣି ଏଆଇ ଓ ସିିସିଟିଭି ସର୍ଭିଲାନ୍ସରେ ଧରା ପଡିଲା ମାଟ୍ରିକ ପରୀକ୍ଷା ତ୍ରୁଟି । ତ୍ରୁଟି ନେଇ ସୂଚନା ଜାରି କଲା ବିଏସଇ କମାଣ୍ଡ କଂଟ୍ରୋଲ ରୁମ୍। ଭଦ୍ରକ ଓ ଯାଜପୁର ଜିଲ୍ଲାର ୨ଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରା ପଡିଛି । କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ସାମ୍ନାକୁ ଆସିଛି । ଅନ୍ୟପଟେ କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇ ନଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲା ଯାଇଥିବା ଜଣା ପଡିଛି । ସେଠାରେ ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡିକୁ ଲୁହା ବାକ୍ସରେ ରଖାଯାଇଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା। ସେହିପରି ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲା ଯାଇଛି । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ଆପତ୍ତିଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। ଆଉକେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମଧ୍ୟ ମିଳିଛି । ଏ ନେଇ ସେଂଟର ସୁପରିଟେଣ୍ଡେଂଟ, ଇନଭିଜିଲେଟରଙ୍କୁ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମାଟ୍ରିକ ପ୍ରଶ୍ନପତ୍ର ଲିକ ଅଭିଯୋଗକୁ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ଖଣ୍ଡନ କରିଛନ୍ତି । ସେ କହିଛନ୍ତି ପରୀକ୍ଷାକୁ ୨୪ ଘଂଟା ବିତି ସାରିଥିଲେ ବି ଆମ ପାଖକୁ କୌଣସି ଅଭିଯୋଗ ଆସିନି । ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା ସେ କହିଛନ୍ତି । ଯେତେ ତ୍ରୁଟି ଧରା ପଡିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ୍ କରାଯାଇଛି । କିଛି ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଏଆଇରୁ ଜଣା ପଡିଛି । ଭୁଲ୍ ଜାଣି ପାରି ନ ଥିବା କହିଛନ୍ତି ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ସେମାନଙ୍କୁ ଅଧିକ ସଚେତନ କରାଯିବ ଏବଂ ଅଣ୍ଡରଟେକିଂ ରଖାଯିବ । ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷାରେ ନିୟୋଜିତ କରାଯିବ ।