ବୀରମହାରାଜପୁର କୁ ଏନ୍ ଏ ସି ଘୋଷଣା ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେଡ଼ି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ବୀରମହାରାଜପୁର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସାମ୍ବାଦିକ ସମ୍ବିଳନୀ ଜରିଆରେ ବୀରମହାରାଜପୁର କୁ ଏନ ଏ ସି ଘୋଷଣା ନ କରିବା ସମସ୍ତଙ୍କୁ ଚକିତ କରିଛି ବୋଲି ବ୍ଲକ ବିଜେଡି ବ୍ଲକ ସଭାପତି ଶୟମ୍ଭୁନାଥ ଖଣ୍ଡଗିରି ପ୍ରକାଶ କରିଛନ୍ତି l ବୀରମହାରାଜପୁର ଜନସାଧାରଣ ଙ୍କ ଭାବାବେଗ ସହିତ ବିଜୁ ଜନତା ଦଳ ସବୁବେଳେ ରହିଥିବା କଥା କହିଲେ I ରାଜ୍ୟ ସରକାର ଙ୍କ ତରଫରୁ ୩୪ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଖବର ଶୁଣିବା ପରେ କେଉଁ କାରଣ ରୁ ବୀରମହାରାଜପୁର କୁ ଏନଏସି ଘୋଷଣା ରୁ ବାଦ ଦିଆଗଲା ତାର ପୁନଃ ବିଚାର କରିବା ପାଇଁ ବୀରମହାରାଜପୁର ବିଧାୟକ ସମସ୍ତ ସରକାରୀ କାର୍ଯ୍ୟକ୍ରମ କୁ ବାତିଲ କରି ତୁରନ୍ତ ଭୁବନେଶ୍ୱର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି l ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଙ୍କୁ ଭେଟି ବୀରମହାରାଜପୁର କୁ ଏନ ଏ ସି ଘୋଷଣା କରିବାକୁ ଅନୁରୋଧ କରିବେ ବୋଲି ସୂଚନା ମିଳିଛି l ଏଠାରେ ସୂଚାଇ ଦିଆଯାଇ ପାରେ ଯେ ମାନ୍ୟବର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭା ରେ ଉତ୍ତର ଦେବାକୁ ଯାଇ ୨୭ ଟି ନୂତନ ଏନଏସି ଘୋଷଣା ରେ ବୀରମହାରାଜପୁର ନାମ ରହିଥିବାର ସୂଚନା ୨0୨୨ ମସିହା ରେ ଦେଇଥିବା ବେଳେ, ଠିକ ସେହିପରି ନର୍ଲା ବିଧାୟକ ଭୂପିନ୍ଦର ସିଂହ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ଉଷା ଦେଵୀ ବୀରମହାରାଜପୁର କୁ ଏନ ଏ ସି ଘୋଷଣା କଥା ପ୍ରସ୍ତାବ ରହିଥିବା ସୂଚନା ଦେଇଥିଲେ l ବୀରମହାରାଜପୁର ଉପଖଣ୍ଡ ମୁଖ୍ୟାଳୟ ଓ ବିଧାନସଭା ସଭା ନିର୍ବାଚନମଣ୍ଡଳୀ କ୍ଷେତ୍ର ହୋଇ ଥିବାରୁ, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ବୀରମହାରାଜପୁର କୁ ଏନ ଏ ସି ଘୋଷଣା କରିବାକୁ ୫ଟି ଅଧ୍ୟକ୍ଷ ଙ୍କୁ ଲିଖିତ ଭାବରେ ବୀରମହାରାଜପୁର ସଚେତନ ନାଗରିକ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଆଜି ସାମ୍ବାଦିକ ସମ୍ବିଳନୀ ରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ l ସରକାର ପୁନଃ ବିଚାର କରି ବୀରମହାରାଜପୁର କୁ ଏନ ଏ ସି ଘୋଷଣା କରିବେ ବୋଲି ଆଶା ପୋଷଣ କରିବା ସହିତ ଅନ୍ୟଥା ଏ ଅଞ୍ଚଳ ପାଇଁ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ଆବଶ୍ୟକ ପଡିଲେ ଆନ୍ଦୋଳନ କୁ ଓହ୍ଲାଇବାକୁ ପଡିବ ବୋଲି କହିଥିଲେ l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ବିଜେଡି ଜିଲ୍ଲା ଉପସଭାପତି କିଶୋର ହୋତା , ପୁର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର , ଶ୍ରୀନିବାସ ଚାନ୍ଦ , ସଂଜୀବ କୁମାର ଦେହୁରୀ , କଲ୍ଲୋଳ ମିଶ୍ର , ପ୍ରଦୀପ କୁମାର ମିଶ୍ର , ପ୍ରକାଶ କୁମାର ହୋତା , ଭଗବାନ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ l