Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପୁର ରେ ମହିଳାଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ ଓ ଲୁଟ।

ଗୋପାଳପୁର,୨୪/୦୨
ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ହରିଜନ ସାହି ରେ ରହୁଥିବା ଜନୈକ ମହିଳାଙ୍କ ଘରେ କିଛି ମହିଳା ସଂଘବଦ୍ଧ ଭାବେ ପଶି ଆକ୍ରମଣ କରିବା ସହ‌ଲୁଟ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ହରିଜନ ସାହି ରେ ରହୁଥିବା ତ୍ରିବେଣୀ ପଟ୍ଟନାୟକ ଙ୍କ ଘରେ ଅଚାନକ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ପି ଦମୟନ୍ତୀ ରେଡ୍ଡୀ ଙ୍କ ସହ ପ୍ରାୟ ୧୫ ଜଣ ମହିଳା ପସିବା ସହ ବ୍ୟାଙ୍କ ଖାତା ମାଗିଥିଲେ।ଏହା ପରେ ଉକ୍ତ ମହିଳା ମାନେ ତ୍ରିବେଣୀ ଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରର ଆଲମିରା ମଧ୍ୟରେ ଥିବା ଏକ ବ୍ୟାଗ ସହ ସେଥିରେ ଥିବା ଏକ ବ୍ୟାଙ୍କ ଚେକ ବୁକ୍ ସହ ୩ହଜାର ଟଙ୍କା ସହ କାନ ରେ‌ ପିନ୍ଧିଥିବା ଏକ ସୁନା ରିଙ୍ଗ ଲୁଟ କରି ନେଇଯାଇଥିଲେ।ଏହାର ପ୍ରତିବାଦ କରିବାରୁ ସେମାନେ ତ୍ରିବେଣୀ ଙ୍କ ମୋବାଇଲ ସହ ଘରର ଆସବାବପତ୍ର ଗୁଡ଼ିକୁ ଫୋପାଡି ଦେଇଥିଲେ। ଥାନାରେ ଘଟଣା ନେଇ ଜଣାଇଥିଲେ ତାଙ୍କୁ ଜିବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ଗୋପାଳପୁର ଥାନାରେ ତ୍ରିବେଣୀ ଙ୍କ ପକ୍ଷରୁ ସନ୍ଧ୍ୟା ରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ମୋକଦ୍ଦମା ରୁଜ୍ଜୁ ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅନ୍ୟପଟେ ଦମୟନ୍ତୀ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବାରୁ ଦମୟନ୍ତୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories