Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦ୍ୟୁତ୍ ସେବା କେନ୍ଦ୍ର ଉଦଘାଟିତ

କାମାକ୍ଷାନଗର: କାମାକ୍ଷାନଗର ବ୍ଳକ ଅନ୍ତର୍ଗତ କାନପୁରା ପଞ୍ଚାୟତ ର କାନପୁରା, ଜିରିଡ଼ାମାଳି ଏବଂ ମହୁଲପାଳ ପଞ୍ଚାୟତ ରେ ଆଜି TPCOLD ପକ୍ଷରୁ ବିଦ୍ୟୁତ୍ ସେବା କେନ୍ଦ୍ର କୁ ବ୍ଲକ୍ ଅଧକ୍ଷ ପ୍ରେମାନନ୍ଦ ସାହୁ ଉଦଘାଟନ କରିଛନ୍ତି। ଉକ୍ତ ଉଦଘାଟନ ସମାରୋହ ରେ କାମାକ୍ଷାନଗର ଇଲେକ୍ଟ୍ରିକାଲ୍ ଏସଡିଓ ବବୁଲ ମହାରଣା, ଜେ.ଇ ନଳିନୀ ଶଙ୍କର ରଥ, କାନପୁରା ସରପଞ୍ଚ ସତ୍ୟଜିତ ରାଉତ, ସମିତି ସଭ୍ୟ ରଞ୍ଜନ ସ୍ୱାଇଁ, ମହୁଲପାଳ ସରପଞ୍ଚ ଶ୍ରୀମତି ନିଶାମଣି ରାଉତ ସମିତି ସଭ୍ୟ ସୁଶାନ୍ତ ପଟ୍ଟନାୟକ, ଇଲେକ୍ଟ୍ରିକ୍‌ ଅଫିସ୍ ର ଷ୍ଟାଫ୍ ଉପସ୍ଥିତ ଥିଲେ। ଲୋକ ମାନେ ଅଯଥା ରେ ହଇରାଣ ହୋଇ ଅଫିସ୍ କୁ ନ ଆସି ଉପଯୁକ୍ତ ବିଦ୍ୟୁତ୍ ସେବା ନିଜ ଘର ପାଖରେ ପାଇ ପାରିବେ , ସେଥି ପାଇଁ ଏହି ବିଦ୍ୟୁତ୍ ସେବା କେନ୍ଦ୍ର ସ୍ଥାପିତ କରାଯାଇଛି ବୋଲି ଇଲେକ୍ଟ୍ରିକାଲ ଜେ.ଇ ନଳିନୀ ଶଙ୍କର ରଥ କହିଛନ୍ତି।