Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଶାଳା ରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ଙ୍କୁ ବିଭିନ୍ନ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ବୀରମହାରାଜପୁର ( ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିୟନ୍ତ୍ରିତ ବଜାର ପରିସର ଧର୍ମଶାଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଭାଗୀୟ ଆୟୁକ୍ତ ( ସୁବର୍ଣ୍ଣପୁର ) ଡ଼ିଳେଶ୍ବର ଖାଖା ଅଧ୍ଯକ୍ଷତା କରିଥିଲେ । ଏହି ଶିବିରରେ ଶ୍ରୀଯୁକ୍ତ ପଦ୍ମନାଭ ବେହେରା , ବୀରମହାରାଜପୁର ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବରେ ଶ୍ରୀମତୀ ଶାନ୍ତିଲତା ମିଶ୍ର , ଉଲୁଣ୍ଡା ପଞ୍ଚାୟତସମିତି ଅଧ୍ୟକ୍ଷା , ଉପ-ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀଯୁକ୍ତ ଲଲାଟେନ୍ଦୁ ସିଂ ଗୋବିନ୍ଦ ମହାରଣା , ସଭାପତି ଟ୍ରେଡ଼ ୟୁନିୟନ ସମନ୍ଵୟ ସମିତି, କେଶନ ଜଗଦଲା , ମୁଣ୍ଡଘାଟ ସରପଞ୍ଚ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ । ଏହି ଶିବିରରେ ସର୍ବମୋଟ 2128 ଜଣଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇ ଥିଲା l ସେଥି ମଧ୍ୟରୁ ଶିକ୍ଷା ସହାୟତା ପାଇଁ 885 ଜଣଙ୍କୁ ଟ. 43,92,800 ଙ୍କା, ପ୍ରସୂତି କାଳୀନ ସହାୟତା ପାଇଁ 122 ଜଣଙ୍କୁ ଟ.12,20,000 ଙ୍କା , ବିବାହ ସହାୟତା ପାଇଁ 850 ଜଣଙ୍କୁ ଟ.4,25,00,000 ଙ୍କା , ଅଜ୍ୟେଷ୍ଟି କ୍ରିୟା ସହାୟତା ପାଇଁ 146 ଜଣଙ୍କୁ 7,30,000 ଙ୍କା ମୃତ୍ୟୁ କାଳୀନ ସହାୟତା ପାଇଁ 125 ଜଣଙ୍କୁ ଟ.2,48,00,000 ଙ୍କା ପ୍ରଦାନ କରାଯିବାର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଡ଼ିଳେଶ୍ବର ଖାଖା ଘୋଷଣା କରିଥିଲେ l ତନ୍ମଧ୍ୟରୁ ସର୍ବମୋଟ 19 ଜଣ ହିତାଧିକାରୀଙ୍କୁ ମୁଖ୍ୟଅତିଥି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଞ୍ଚରେ ଡେମୋ ଚେକ ପ୍ରଦାନ କରିଥିଲେ । ଅବଶିଷ୍ଟ ହିତାଧୁକାରୀ ମାନଙ୍କୁ ବିଭିନ୍ନ ସହାୟତା ରାଶି ତାଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରାଯିବ ବୋଲି ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ସଭାରେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବାଙ୍କା ବିହାରୀ ମହଲା l ଅନିତା ନାଗ , ପ୍ରିୟ ଦର୍ଶିନୀ ପ୍ରଧାନ , ନାରାୟଣ ବିଶି , ଦୟା ପାଣ୍ଡେ , ସ୍ପିନିତା କୁମାରୀ ଦେବୀ , ଚିନ୍ମୟ ମେହେର ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ଉଲୁଣ୍ଡା ବ୍ଲକ ର ସହକାରୀ ଶ୍ରମ ଅଧିକାରୀ ଲିପକରାଜ ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ ।