Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ବ୍ଲକ ପାଇଲା NAC ମାନ୍ୟତା।ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ।

କୋକସରା:୨୫/୦୨
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ର ୧୫ ଟି ୱାର୍ଡ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ୧୮ଟି ପଞ୍ଚାୟତ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀର ୪ ଟି ପଞ୍ଚାୟତ କୁ ନେଇ ଜୟପାଟଣା ବ୍ଲକ ଗଠିତ , ଆଜି ଜୟପାଟଣା ବ୍ଲକ୍ କୁ N A C ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଜୟପାଟଣା ଅଞ୍ଚଳବାସୀ ତରଫରୁ ଧନ୍ୟବାଦ୍।ଦୀର୍ଘ ୨୫ ବର୍ଷର ଦାବୀ ଆଜି ପୂରଣ ହୋଇଛି।ଦୀର୍ଘଦିନ ହେଲା ଜୟପାଟଣା ନା ସହରାଞ୍ଚଳ ଥିଲା ନା ଗ୍ରାମାଞ୍ଚଳ ଥିଲା।ସରକାରଙ୍କ ମାଷ୍ଟର ପ୍ଲାନ୍ ମଧ୍ୟ ଅନୁମୋଦନ ହୋଇପାରି ନ ଥିଲା। ଏବେ ବିଜ୍ଞାପିତ ଅଞ୍ଚଳ ହେବାରୁ ସହର ର ନିଶ୍ଚୟ ବିକାଶ ହେବ।ଏସିଆର ଦ୍ଵିତୀୟ ବୃହତ୍ତମ ଜଳବିଦ୍ୟୁତ ଯୋଜନା ଇନ୍ଦ୍ରାବତୀ ନିକଟରେ ଏହି ପୁରାତନ ସହର କଳାହାଣ୍ଡିର ଇତିହାସର ଗଡ଼ଜାତ ଅଞ୍ଚଳ।ଭୌଗୋଳିକ ସ୍ଥିତି ରୁ ଏବଂ ଜନସଂଖ୍ୟା ଓ ଅନ୍ୟାନ୍ୟ ଦୃଷ୍ଟି କୋଣରୁ NAC ପାଇଁ ଉପଯୁକ୍ତ ଥିବାରୁ ଏ ଅଞ୍ଚଳର ବୁଦ୍ଧିଜୀବୀ,ବିଭିନ୍ନ ରାଜନୈତିକ ଦଳ ବାରମ୍ବାର ଦାବି କରିଆସୁଥିଲେ,ଯାହାକି ଆଶା ପୂରଣ ହୋଇଛି।ସହର ର ଜବରଦଖଲ ଉଚ୍ଛେଦ ହେବା ସହ ଗରିବ ଲୋକ ଡିହ ଓ ସହରାଞ୍ଚଳ ଆବାସ ଯୋଜନାରେ ଘର ପାଇଁ ଅଧିକ ଟଙ୍କା ପାଇବେ।ଡ୍ରେନେଜ୍ ବ୍ୟବସ୍ଥା ହୋଇପାରିବ,ସବୁଯାକ ଯୋଜନାବଦ୍ଧ ହେବା ସହ ସୋନ୍ଦର୍ଯ୍ୟକରଣ ମଧ୍ୟ ହୋଇପାରିବ ବୋଲି ଅଞ୍ଚଳ ରେ ଖୁସି ଲହରୀ ଖେଲିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories