Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ବରିଷ୍ଠ ନେତା ଦେବାଶିଷ ନାୟକ, ଆଜି ଛାଡ଼ିଥିଲେ ବିଜେଡି

ଭୁବନେଶ୍ଵର: ଯାହା ଅନୁମାନ କରାଯାଉଥିଲା ତାହା ସତରେ ପରିଣତ ହୋଇଛି। ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ବରିଷ୍ଠ ନେତା ଦେବାଶିଷ ନାୟକ। ତାଙ୍କ ସହ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି। ରବିବାର ଭୁବନେଶ୍ଵର ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି ଏହି ଦୁଇ ନେତା। ଏହି ସମୟରେ ସଭାପତି ମନମୋହନ  ସାମଲ ଓ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ରବିବାର ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଲରୁ ଇସ୍ତଫା ଦେଇଥିଲେ। ଦେବାଶିଷ ନାୟକ ବରି ଆସନରୁ କ୍ରମାଗତ ୪ ଥର ନିର୍ବାଚନ ଜିତ ରାଜନୀତିରେ ପତିଆରା ଜାହିର କରିଥିଲେ। ତେବେ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା। ଆଉ ଏହା ପରଠୁ ସେ ଅସନ୍ତୁଷ୍ଟ ଥିଲେ। ଗତ କିଛି ବର୍ଷ ହେବ ଦେବାଶିଷ ନାୟକକୁ ମଧ୍ୟ ଦଳ ଏକଘରିଆ କରି ରଖିଥିଲା। ତାଙ୍କୁ ସକ୍ରିୟର ରାଜନୀତିରେ ମଧ୍ୟ ଦେଖିବାକୁ ମିଳୁନଥିଲା। ବିଜେଡି  ଛାଡ଼ିବା ନେଇ ଦୀର୍ଘ ସମୟ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେଡିକୁ ବଡ଼ ଝଟକା ଦେଇଛନ୍ତି ଦେବାଶିଷ। ରବିବାର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜର ଇସ୍ତଫା ପତ୍ର ପଠାଇଥିଲେ। ଏହାର କିଛି ସମୟ ପରେ ପଦ୍ମ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଲୀରୁ ସେ କ୍ରମାଗତ ୪ ଥର ନିର୍ବାଚନ ଜିତି ନିଜର ପତିଆରା ଜାହିର କରି ଆସିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରିରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଦିନ ଥିଲା ଦେବାଶିଷ ବିଜେଡିର ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତା ଥିଲେ। ସେ ନବୀନ ପଟ୍ଟନାୟକ ସରକାରରେ ଅନେକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଦେବାଶିଷ ନାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ