Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଏ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମୁରଲୀଧର ଭୋଇଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର )
ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମୁରଲୀଧର ଭୋଇଙ୍କ ପରଲୋକ ହୋଇଯାଇଛି l ସେ ଦୀର୍ଘ ଦିନ ଧରି କିଡ଼ନୀ ଓ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ I ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା l 1985 ରୁ 1990 ଯାଏଁ ସେ କୋଟସମଲାଏ ପଞ୍ଚାୟତର ସରପଞ୍ଚ ଥିଲେ l ଜଣେ ସମାଜସେବୀ, ପରୋପକାରୀ ତଥା ଧାର୍ମିକ ବ୍ୟକ୍ତି ହିସାବରେ ସମସ୍ତଙ୍କ ଆପଣାର ହୋଇଥିଲେ I ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ I ତାଙ୍କ ଜନ୍ମସ୍ଥାନ ଖୁଣ୍ତୁଲାପାଲି ଗ୍ରାମ ରେ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିବା ବେଳେ ଜ୍ୟେଷ୍ଠ ପୁତ୍ର କର୍ଣ୍ଣଦାନି ମୁଖାଗ୍ନି ଦେଇଥିଲେ I