ମାଟୁପାଲି ଶ୍ରୀ ଗୋପାଳଜି ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଠାରେ ଗୋପାଳଜୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଦିନ ତିନିଘଣ୍ଟା ସମୟରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ମାଟୁପାଲି ରୁ ୧୨୧ ଟି ଶୁଭ କଳଶ ଏବଂ ନଡିଆ ଧରି ପ୍ରାୟ ୩ କିମି ଦୁରରେ ଥିବା ମହାନଦୀ ଅମାଡଘାଟକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରି କଳସରେ ପାଣି ଭର୍ତ୍ତିକରି ଆଣି ଭାଗବତ ସପ୍ତାହ ମଣ୍ଡପରେ ସ୍ଥାପନ କରିଛନ୍ତି । ରବିବାର ଠାରୁ ଶ୍ରୀ ଗୋପାଳଜୀ ମନ୍ଦିରର ଶୁଭ ପ୍ରାଣ ପ୍ରତିଷ୍ଠା କାର୍ଯ୍ଯକ୍ରମ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଦିନ ଗର୍ଭ ଗ୍ରୁହରେ ଠାକୁରଙ୍କୁ ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି । କଳଶ ଶୋଭାଯାତ୍ରାରେ ପଣ୍ଡିତ ଆଶୁତାଷ ପୁରୋହିତ ପୂଜାର୍ଚ୍ଚନା କରିଥିବା ବେଳେ ଜ୍ଞାନରଞ୍ଜନ ବ୍ରହ୍ମଚାରୀ ଏବଂ ତାଙ୍କ ଧର୍ମପତ୍ନୀ ରେବତୀ ବ୍ରହ୍ମଚାରୀ , ମନମୋହନ ମିଶ୍ର ଙ୍କ ସହିତ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ମିଶ୍ର , ଧ୍ରୁବଚରଣ ବ୍ରହ୍ମଚାରୀ ତାଙ୍କ ଧର୍ମପତ୍ନୀ କୁନ୍ତିଲତା ବ୍ରହ୍ମଚାରୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ । ଏଥିରେ ସମସ୍ତ ଗ୍ରାମବାସୀଙ୍କ ସହିତ ଅଂଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।