Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ସୁନାପୁର ବେଳାଭୂମି ସଫେଇ ଓ ସଚେତନତା

ଗୋପାଳପୁର,୨୫/୦୨
ପାଲୁର ହିଲ୍ ଠାରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟର ଏନ ଏସ ଏସ ବିଦ୍ୟାର୍ଥୀ ଙ୍କ ପକ୍ଷରୁ ଆଜି ପର୍ଯ୍ୟଟନ ସ୍ଥଳୀ ସୁନାପୁର ବେଳାଭୂମି ସଫେଇ କରିବା ସହ ବେଳାଭୂମି କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମି କୁ ସଫା ସୁତୁରା ରଖିବା ଓ ପଲିଥିନ ବ୍ୟବହାର ରୁ ବିରତି ରହିବାକୁ ସଚେତନତା କରାଇଥିଲେ। ବିଶ୍ବବିଦ୍ୟାଳୟ ଏନ ଏସ ଏସ କୋର୍ଡିନେଟର ନୃସିଂହ ପ୍ରସାଦ ତ୍ରିପାଠୀ ଙ୍କ ତତ୍ବାବଧାନରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ରହିବା ସହ ୧୫ ପ୍ୟାକେଟ ଅଳିଆ ଆବର୍ଜ୍ଜନା ସଂଗ୍ରହ କରିଥିଲେ। ବିଶ୍ବବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ପ୍ରତି ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରା ଯାଇଥାଏ।ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଖିଲ କୁମାର ,ନନ୍ଦିନୀ ପାଣ୍ଡେ ,ଏଲିନା ସାହୁ ,ହର୍ଷିତ ରାଜ ସିଂ,ସନତ ପାଢୀ ,ଅଭିଷେକ ପ୍ରଧାନ,ଅମିତ ସ୍ଵାଇଁ,
ଦିବ୍ୟାଙ୍କ,ମାରିଆ,ମନୀଷା, ମନସ୍ୱୀ, ଅଙ୍କିତ ପଣ୍ଡା,ରନୋକ ମାହାତୋ, ରଷୋନ୍ ,ଗୁଡୁ ,ଦେବସ୍ମିତା,ଇତିଶ୍ରୀ,ସୋନାଲିକା ,ଆକାଶ,ମୟାନ୍କ ,ସୁଦେଶା,ଅଙ୍କିତ,ସୋନମ ,ଲିପ୍ସା, ଜସ୍ମିନ ପ୍ରମୁଖ ସାମିଲ ରହିଥିଲେ।ଏନ ଏସ ଏସ ବିଦ୍ୟାର୍ଥୀ ଙ୍କ ଏପରି କାର୍ଯ୍ୟ କୁ ବିଶ୍ବବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ଡ଼ ପି ରାଜେଶ କୁମାର, ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲ୍ଲୀ ପ୍ରମୁଖ ପ୍ରଶଂସା କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories