ଉନହଳ ଠାରେ ଜିଲ୍ଲା ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭବାନୀପାଟଣା, ୨୬/୦୨ (ଜଗନ୍ନାଥ ନାଏକ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଟାଉନ ହଲ୍ ଠାରେ ଜିଲ୍ଲା ଅଧିକାରୀ ଶ୍ରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ୬୪ ବାଟାଲିଅନ ସି.ଆର.ପି.ଏଫ୍ କମାନ୍ଡ଼ାଣ୍ଟ ଶ୍ରୀ ପଙ୍କଜ ଚୌଧୁରୀ, ସମ୍ମାନିତ ଅତିଥୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ୍ ଦାସ, ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ କୁମାର ପାଢ଼ୀ, ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଦାସ, ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ର ଇଂରାଜୀ ଭିବାଗ ର ମୁଖ୍ୟ ମେଜର ଡକ୍ଟର ଶ୍ରୀ ଜୟଦେବ ସାହୁ, ଶ୍ରୀ ପ୍ରତାପଚନ୍ଦ୍ର ଦାସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏନ.ଏସ.ଏସ , ଡକ୍ଟର ଏସ. ପ୍ରିୟା ଆସିଷ୍ଟାଣ୍ଟ ପ୍ରଫେସର ସରକାରୀ ଇଞ୍ଜିନିଅରିଙ୍ଗ କଲେଜ କଳାହାଣ୍ଡି , ଶ୍ରୀ ମହେନ୍ଦ୍ର କୁମାର ପଣ୍ଡା ଅବସରପ୍ରାପ୍ତ ଆଇ. ପି. ଇ , ଶ୍ରୀ ରବି କାନୁନଗୋ ମା ମାଣିକେଶ୍ଵରୀ ହାଇ ସ୍କୁଲ, ଶ୍ରୀ ଅଂଶୁମାନ ବାବୁ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀ ଦୂତିଆ ବନଛୋର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଯୁବକଯୁବତୀ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ମାନଙ୍କ ନିମନ୍ତେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ କ୍ଲବ ର ସଦସ୍ୟ/ସଦସ୍ୟା, ମହିଳା ମଣ୍ଡଳ, ସ୍କୁଲ, କଲେଜ, କଳାହାଣ୍ଡି ୟୁନିଭର୍ସିଟି, ଏନସିସି ଏବଂ ଏନଏସ୍ଏସ୍‌ର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟମାନେ ଯୋଗଦେଇଥିଲେ।
ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଇଂରାଜୀ ବିଭାଗ ର ମୁଖ୍ୟ ଡକ୍ଟର ମେଜର ଜୟଦେବ ସାହୁ ନ୍ୟୁ ଇଣ୍ଡିଆ ନ୍ୟୁ ଇନିସିଏଟିଭ ପ୍ରଥମ ଅଧିବେଶନ ନେଇଥିଲେ ଏବଂ ଦ୍ୱିତୀୟ ରେ ଶ୍ରୀ କୈଳାସ ଚନ୍ଦ୍ର ଦାସ ଙ୍କ ଦ୍ୱାରା ଭୋକାଳ ଫର ଲୋକାଲ ଅଧିବେଶନ ନେଇଥିଲେ | ୨ୟ ଅଧିବେଶନ ରେ ମକ୍ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ, ପ୍ରକୃତି ବନ୍ଧୁ ସମ୍ମାନ ପ୍ରାପ୍ତ ସ୍ବେଛାସେବୀ ଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରେଣ୍ଡୋମାଝି ସଂସ୍କୃତିକ ଅନୁଷ୍ଠାନ ଉର୍ଲାଦାନୀ ଏବଂ ଆଦିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ମାଟିଆ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଞ୍ଚ କାର୍ଯ୍ୟକ୍ରମକୁ ବିନୟ କୁମାର ସାହୁ ପରିଚାଳନା କରିଥିବାବେଳେ ଶେଷରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀ ଦୁତିଆ ବନଛୋର୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ୱେଚ୍ଛାସେବୀ , ଏନ.ସି.ସି ସଦସ୍ୟ, ଏନ.ଏସ.ଏସ ର ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।