Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡେ ସାରୀଙ୍ଗି ରେ ଚାଲିଛି ଗୋବର୍ଦ୍ଧନବାଗ ଙ୍କ ଜୀବନ ଯାତ୍ରା

କଳାହାଣ୍ଡି, ୨୬/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତ ଘୋଡାପୋଖରୀ ଗ୍ରାମ (ପିପଲ୍ ପଡ଼ା ) ର ଗୋବର୍ଦ୍ଧନବାଗ୍ ବୟସ ୪୦ ବର୍ଷ ଆଜି ବି ସେ ଦିନକୁ ଦିନ ହଜି ଯାଉଥିବା ପଶ୍ଚିମ ଓଡ଼ିଶାର ଲୋକ କଳା ସାରଙ୍ଗି ବାଦ୍ୟକୁ ବଞ୍ଚାଇ ରଖିଛନ୍ତି ଏବଂ ତାଙ୍କର ପରିବାର ପୋଷଣ କରିବା ସହ କଳା କୁ ବଞ୍ଚାଇବା ରେ ଆପ୍ରାଣ ଉଦ୍ୟମ କରୁଛନ୍ତି ଗରିବ ର ଶାହା ପାଲଟିଛି ଏହି ସାରଙ୍ଗି ବାଦ୍ୟ, ନିଖୁଣ କଳା । ତାଙ୍କ ନିଜସ୍ବ କଣ୍ଠର ସୂ ମଧୁର ଲୋକଗୀତ ସାରଙ୍ଗି ବାଦ୍ୟ କୁ ବେସାହାରା ଗୋବର୍ଦ୍ଧନ ପାଥେୟ କରି ପରିବାର ଚାରିଜଣ କୁଟୁମ୍ବ ଜୀବନ ଧାରଣ ର ମୁଖ୍ୟ ସ୍ରୋତରେ ପରିଣତ ହୋଇଯାଇଛି ସେହିଭଳି ଗୋବର୍ଦ୍ଧନ ନିଜ କଣ୍ଠରେ ବିଭିନ୍ନ ପୁରାଣ ବର୍ଣ୍ଣିତ ଶିକ୍ଷଣୀୟ ଗୀତକୁ ନିଜ କଣ୍ଠରେ ସୁନ୍ଦର ଭାବରେ ଗାନ କରି ସାରଙ୍ଗି ବଜାଇ ଲୋକଙ୍କ ମନମୁଗ୍ଧ କରିଥାନ୍ତି ସେଥିରେ ଯିଏ ଯାହା ଦେଲା ଚାଉଳ ମୁଠେ ଟଙ୍କା ଦୁଇ ଟଙ୍କା ରେ ତାଙ୍କ ଚାରି ପରିବାର ର ଗୁଜୁରାଣ ମେଣ୍ଟେଇବାକୁ ପଡ଼ିଥାଏ ଏଣୁ ଗୋବର୍ଦ୍ଧନ ବାଗ ସରକାର ଏବଂ ଜିଲ୍ଲା ପ୍ରଶାସନ ପାଖରେ ନେହୁରା ହୋଇ ଜଣାଇଛନ୍ତି କି ତାଙ୍କୁ ଜିଲ୍ଲା ପ୍ରଶାସନ କଳାକାର ଭତ୍ତା ରେ ତାଙ୍କୁ ଅନ୍ତର୍ଭୁକ୍ତ କଲେ ରାଜ୍ୟ ସରକାର ପାଖରେ ଚିର ରୁଣି ହେବି ବୋଲି ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ