Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଖ୍ୟାତ ଗାୟକ ପଙ୍କଜ ଉଧାସଙ୍କ ପରଲୋକ, ସଙ୍ଗୀତ ଜଗତ ମର୍ମାହତ

ମୁମ୍ବାଇ: ମନୋରଞ୍ଜନ ଜଗତ ପାଇଁ ଦୁଃଖଦ ଖବର। ଆଉ ଦୁନିଆରେ ନାହାନ୍ତି ପ୍ରଖ୍ୟାତ ଗାୟକ ପଙ୍କଜ ଉଧାସ। ୭୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ ନାୟାବ ଉଧାସ ବାପା  ପଙ୍କଜଙ୍କ ନିଧନ ଖବର ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ବହୁତ ଦୁଃଖର ସହ ଆପଣଙ୍କୁ ଜଣାଇବାକୁ ପଡ଼ୁଛି ଯେ, ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ୨୦୨୪ ଫେବୃଆରୀ ୨୬ରେ ପରଲୋକ ଘଟିଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।

ଗାୟକଙ୍କ ନିଧନ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କ୍ୟାଣ୍ଡିି ହସ୍ପିଟାଲରେ ହୋଇଛି। ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ। ଗାୟକଙ୍କ ଦେହାନ୍ତ ଖବରରେ ପୁରା ସଙ୍ଗୀତ ଜଗତରେ ଶୋକର ଲହରି ଖେଳି ଯାଇଛି। ପଙ୍କଜଙ୍କ ପରି ଗଜଲ ଗାୟକ ଦୁନିଆରୁ ଚାଲିଯିବା ଅଗଣିତ ଶ୍ରୋତାଙ୍କୁ ମର୍ମାହତ କରିଛି। ପ୍ରତ୍ୟେକ ସାମାଜିକ ଗଣମାଧ୍ୟମରେ କିମ୍ବଦନ୍ତୀ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଗାୟକ ତଥା ସ୍ଵର ସଂଯୋଜକ ଶଙ୍କର ମହାଦେବନ ମର୍ମାହତ ହୋଇ ପଡିଛନ୍ତି। ସେ କହିଛନ୍ତି, ପଙ୍କଜଙ୍କ ଏମିତି ପରଲୋକ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ। ପଙ୍କଜ ୬ ବର୍ଷ ବୟସରୁ ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ। ତାଙ୍କ ଘରର ଲୋକେ ମଧ୍ୟ ସଙ୍ଗୀତର  ପରିବାର ଥିଲେ। ସେ ସଙ୍ଗୀତ ଦୁନିଆକୁ  ଆସିଲେ ଏବଂ ଏହାକୁ ନିଜର କରି ସବୁ ଦିନ ପାଇଁ ଚାଲିଗଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ