Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ର ଚଢାଉ ପୃଥକ୍ ପୃଥକ୍ ଘଟଣାରେ ବିଦେଶୀ ଏବଂ ଦେଶୀ ମଦ ସହିତ ୪ ଗିରଫ

କଳାହାଣ୍ଡି, ୨୬/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସାରା ଦେଶୀ ବିଦେଶୀ ମଦ ରେ ଭାସୁଥିବା ବେଳେ ଅଳ୍ପ ବୟସ ର ନାବାଳକ ମାନେ ଜାଣି ଶୁଣି ନିଜର ଭବିଷ୍ୟତ ଅନ୍ଧାର କରିବାରେ ଲାଗିଛନ୍ତି।ଗତ ଦୁଇ ଦିନ ତଳେ କେସିଙ୍ଗା ପୋଲିସ ପ୍ରାୟ ୧୬୦୦ ଲିଟର ବିଦେଶୀ ମଦ ଗୋଟିଏ ୬୦୯ ଗାଡ଼ି ରୁ ଜବତ କରି ଜଣ ଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ପୋଲିସ ର ଏହି କାର୍ଯ୍ୟ କୁ ସହର ବାସୀ କେସିଙ୍ଗା ପୋଲିସ ର ସଫଳତା ମାନୁଥିବା ବେଳେ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠାଇ ଥିଲେ ଓ ଅବକାରୀ ବିଭାଗ ଚେଇ ସୋଇଛି ବୋଲି ଚର୍ଚ୍ଚା କରୁଥିଲେ। ହେଲେ ଶନିବାର ସନ୍ଧ୍ୟା ରେ କେସିଙ୍ଗା ଅବକାରୀ ବିଭାଗ ଓ ଭବାନୀପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରି ପ୍ରାୟ ୭୦ ଲିଟର ଦେଶୀ ମଦ ସହିତ ପ୍ରାୟ ୪ ପେଟି ବିଦେଶୀ ମଦ ସହିତ ୪ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗତକାଲି ସନ୍ଧ୍ୟା ସମୟରେ ମାଲପଡ଼ା ଛକ ଠାରେ ବାହାଦୁର ପଦର ଗାଆଁ ର ସୌଦା ମାଝୀ (୨୬) ଓ ଗୁଞ୍ଜେରମାଲ ଗାଆଁ ର ନୀଳାମ୍ବର ହିଆଲ୍(୩୨) ଙ୍କୁ ଓ ରବିବାର ଦିନ ସକାଳେ ବିରେନ୍ଦ୍ର ସିଂ ଓ ରାକେଶ କୁମାର ନାମକ ଦୁଇ ଜଣ ଙ୍କୁ ଉତ୍କେଲା କକୋମୁଣ୍ଡା ଛକ ଠାରେ ମଟର ସାଇକଲ ରେ ୩୧.୮୦୦ ଲିଟର ବିଅର ଓ ୧୬.୧୭୦ ଲିଟର ଲିକର ସହିତ ଦୁଇଟି ନମ୍ୱର୍ ବିହୀନ ମଟର ସାଇକଲ ଜବତ ହେଇ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢାଉ ରେ ଅବକାରୀ ବିଭାଗ ର ଇନ୍ସପେକ୍ଟର ଉଦୟଲାଲ ନାଏକ, ବିଶ୍ୱଜିତ୍ ଆରୁଖ, ମମତା ସେଠୀ, କୀର୍ତ୍ତି ଜେନା, ପ୍ରଦ୍ୟୁମ୍ନ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ।