Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ରେ ଯୋଗ ଦେଲେ ଭବାନୀପାଟଣା ବ୍ଲକ ଅଧକ୍ଷ ପ୍ରଫୁଲ୍ଲ ସାହୁ, ଉପାଦକ୍ଷ ପୁଷ୍ପାଞ୍ଜଳି ସାହୁ ସମେତ ୧୬ ସମିତି ସଦସ୍ୟ

ଭବାନୀପାଟଣା, ୨୬/୦୨ (ଜଗନ୍ନାଥ ନାଏକ) : ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନ ଠାରେ ଭବାନୀପାଟଣା ବ୍ଲକ ଅଧକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଏବଂ 16 ଜଣ ସମିତି ସଭ୍ଯ ସହ ଶତାଧିକ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, କଳାହାଣ୍ଡି ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ ବୋଲି ବିଜେଡି ମୁଖପାତ୍ର ବିଜୟ ମାଝୀ ପ୍ରେସ ଇସ୍ତାହାର ରେ ପ୍ରକାଶ କରିଛନ୍ତି। ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀ ଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳ ରେ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ