Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୨୮ ନୁହେଁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପିଏମ ମୋଦୀ

ଭୁବନେଶ୍ଵର: ପାଖେଇଲାଣି ସାଧାରଣ ନିର୍ବାଚନ। ଆଉ ବିଜେପି ଫୋକସରେ ରହିଛି ଓଡ଼ିଶା। କାରଣ ରାଜ୍ୟରେ ଏକ ସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏଥିପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଆଗମନ ହେବାରେ ଲାଗିଛି। ଆଉ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ । ଏନେଇ ପିଏମ ଓ କାର୍ଯ୍ୟାଳୟରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସରେ  ମଙ୍ଗଳବାର ସୂଚନା ଦେଇଛନ୍ତି  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯଦିଓ ପ୍ରଧାନମନ୍ତ୍ରୀ ଆସିବା ତାରିଖ ନିର୍ଦ୍ଧାରିତ ହୋଇନାହିଁ ତଥାପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୨୮ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ ବୋଲି ପ୍ରଥମେ କୁହାଯାଇଥିଲା। ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିିଖୋଲରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୌଣସି କାରଣବଶତଃ ଫେବୃଆରୀ ୨୮ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆସିବେ ନାହିଁ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ବୋଲି ମନମୋହନ ସାମଲ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ କେଉଁଠିକୁ ଯିବେ ବା କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ ତାହା ଜଣାପଡିନି ।

ଉଲ୍ଲେଖନୀୟ ଫେବୃଆରୀ ପ୍ରଥମ ସପ୍ତାହରେ ସମ୍ୱଲପୁର ଆସିଥିଲେ ପିଏମ ମୋଦୀ । ତାଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସି ବାରିପଦା, ଗଞ୍ଜାମ ଓ ନବରଙ୍ଗପୁ ଗସ୍ତ କରିଥିଲେ।  ଏବେ ପୁଣିଥରେ ମୋଦୀଙ୍କ ଗସ୍ତ ଆଲୋଚନା ରାଜନୀତି ପାଣିପାଗକୁ ବେଶ୍ ସରଗରମ କରିଛି । ଏଥର ଓଡ଼ିଶା ଗସ୍ତରେ ଆସିଲେ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିବେ ନା କେବଳ ନିଜ ସରକାରଙ୍କ ସଫଳତା ବଖାଣି ଚାଲିଯିବେ ତାହା ଉପରେ ସଭିଙ୍କ ନଜର।

More Stories