Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ରେ ସନ୍ଦେହ କରି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଲା

ବୀରମହାରାଜପୁର : (ସୌମିତ୍ରି ମେହେର)
ପ୍ରେମ ସାସ୍ୱତ ଓ ଚିରନ୍ତନ। ମାତ୍ର ପ୍ରେମରେ ସନ୍ଦେହ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ନିଜ ପ୍ରେମିକା କୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପ୍ରଥମେ ଗଛରେ ଝୁଲାଇ ଦେବା ଓ ପରେ ପେଟ୍ରୋଲ ଢାଳି ପୋଡ଼ି ଦେଲା ନୃଶଂସ ପ୍ରେମିକ। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତ ର ବଳିପାଲି ଗ୍ରାମରେ । ସୋମବାର ସକାଳୁ କେନଝିରିଆପାଲି ପଞ୍ଚାୟତ ର ହିରାପାଲି ଗ୍ରାମ ନିକଟରେ ଏକ ବିଲ ରେ ଜଣେ ଯୁବତୀ ଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଥିବା ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ । ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଚିହ୍ନଟ କରିଥିଲା । ମୃତ ଯୁବତୀ ଜଣକ ସମ୍ବଲପୁର ଜିଲ୍ଲା କତରବା ଥାନା ଅନ୍ତର୍ଗତ ଲାଉବାହାଲ ଗ୍ରାମର କୂଳମଣି ପଟନିଆଁ ଙ୍କ ସାନ ଝିଅ ମନ୍ଦାକିନି ପଟନିଆଁ (୨୪) ବୋଲି ଜଣା ପଡିଥିଲା । ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଓ ବଳିପାଲି ଗ୍ରାମର ଲିଙ୍ଗ ଦେହୁରୀ(୨୪) ଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ତେବେ ଯୁବକ ଜଣକ ତାଙ୍କ ପ୍ରେମିକା ଙ୍କୁ ଅନ୍ୟ ଜଣେ ଯୁବକ ଙ୍କ ସହିତ କଥା ହେଉଥିବା ସନ୍ଦେହ କରିଥିଲେ । ଶନିବାର ଦିନ ପ୍ରେମିକା ମନ୍ଦାକିନୀ ଙ୍କୁ ପ୍ରେମିକ ଲିଙ୍ଗ ତାଙ୍କ ଗ୍ରାମକୁ ଆସିବାକୁ କହିଥିଲା । ପ୍ରେମିକା ଜଣକ ବସ ଯୋଗେ ସନ୍ଧ୍ୟା ବେଳେ ଆସି ଲୁତୁରପଙ୍କ ଛକ ରେ ଓହ୍ଲାଇ ଥିଲେ। ଯୁବକ ଜଣକ ତାଙ୍କୁ ସେଠାରୁ ସାଇକେଲ ରେ ନେଇ ଯାଇଥିଲେ । ସେତେବେଳେ ଟିକିଏ ଅନ୍ଧାର ହୋଇଥିଲା । ଉଭୟ ଙ୍କର ରାସ୍ତା ପାର୍ଶ୍ବ ରେ ପ୍ରେମ ସମ୍ପର୍କ କୁ ନେଇ ଆଲୋଚନା ବେଳେ ଯୁକ୍ତି ତର୍କ ହୋଇଥିଲା । ପ୍ରେମିକା ଜଣକ କାହିଁକି ଅନ୍ୟ ଜଣେ ଯୁବକ ଙ୍କ ସହିତ ପ୍ରେମ ସମ୍ପର୍କ ରେ କଥା ହେଉଥିବା ପ୍ରେମିକ ଲିଙ୍ଗରାଜ କହିଥିଲା । ଉଭୟ ଙ୍କ ମଧ୍ୟରେ ଏହି କଥା କୁ ନେଇ ବେଶ ଯୁକ୍ତି ତର୍କ ହୋଇଥିଲା ଏବଂ ଏଥିରେ ଉତ୍ କ୍ଷିପ୍ତ ହୋଇ ପ୍ରେମିକ ଲିଙ୍ଗରାଜ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ଏକ ଗଛରେ ମୃତ ଦେହ କୁ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲା । ଅଭିଯୁକ୍ତ ଲିଙ୍ଗ ଘର କୁ ଯାଇ ପେଟ୍ରୋଲ ଆଣି ମୃତ ଦେହ ରେ ଢାଳି ପୋଡ଼ି ଦେବାକୁ ଚେଷ୍ଟା କରିଥିଲା। ମାତ୍ର ମୃତ ଦେହ ସମ୍ପୂର୍ଣ୍ଣ ପୋଡି ନ ପାରିବାରୁ ସେଠାରୁ ସେ ଫେରାର ମାରିଥିଲା । ତେବେ ରବିବାର ଦିନ ଉକ୍ତ ଯୁବତୀଙ୍କ ମୃତ ଦେହ ହୀରାପାଲି ଗ୍ରାମର ର କିଛି ଦୂର ରେ ଥିବା ଏକ ବିଲ ମଧ୍ୟରୁ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ପଡି ଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇ ଥିଲେ। ଖବର ପାଇ ବୀରମହାରାଜପୁର ପୋଲିସ ଘଟଣା ସ୍ଥଲରେ ପହଞ୍ଚି ମୃତ ଦେହ ଜବତ କରିଥିଲା । ସନ୍ଦେହ ରେ ବଳିପାଲି ଗ୍ରାମର ଲିଙ୍ଗରାଜ ଦେହୁରୀ(୨୪) କୁ ପୋଲିସ ଅଟକ ରଖିଥି ତଦନ୍ତ ଚଳାଇଛି। ଖବର ପାଇ ଝିଅ ର ବାପା କୂଳମଣି ବୀରମହାରାଜପୁର ଥାନା ରେ ତାଙ୍କ ଝିଅ କୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରର ରେ ବୀରମହାରାଜପୁର ଥାନାରେ ଏକ ମାମଲା (କେସ ନଂ ୮୪/୨୪) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତ ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଲିଙ୍ଗରାଜ କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସହିତ ଅନୁସନ୍ଧାନି କୁକୁର ସାହାଯ୍ୟ ରେ ଅଧିକ ତଦନ୍ତ ଜାରି ରହିଥିବା ଜଣା ପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ