ବୀରମହାରାଜପୁର କଲ୍ୟାଣ ମଣ୍ଡପ ରେ ମିଶନ ଶକ୍ତି ରୁଣ ପ୍ରଦାନ ଓ ସୁଧ ଫେରସ୍ତ ମେଳା

ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ଋଣପ୍ରଦାନ ଓ ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମିଶନ ଶକ୍ତିର ମହିଳା ମାନଙ୍କୁ ବିନା ସୁଧରେ ୧0ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଇଥିବା ବେଳେ ଏ ଅବସରରେ ଆଜି ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବିଡିଓ ରଘୁନାଥ ପାଣିଗ୍ରାହୀ , ସୁବଳୟା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ପତିତପାବନ ସୁବୁଦ୍ଧି , ମହିଳା ସୁପରଭାଇଜର୍ ଶ୍ରଦ୍ଧାଞ୍ଜଳି ପଣ୍ଡା , ବରିଷ୍ଠ ସାମ୍ବାଦିକ କିଶୋର କୁମାର ହୋତା , ଯୁଗଳ କିଶୋର ମିଶ୍ର , ବିପିଏମ୍ ମନୋଜ କୁମାର ବାଗ୍ , ବିଏଲଏଫ୍ ସସ୍ମିତା ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ମହିଳା ମା’ଙ୍କୁ ଆଗକୁ ଆଣିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଛନ୍ତି ବୋଲି କହିଥିଲେ I ତା’ର ସୁବିନିଯୋଗ କରି ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ବୀରମହାରାଜପୁର ବ୍ଳକ୍ ରେ ମଙ୍ଗଳବାର ୧୧ ମହିଳା ସ୍ଵୟଂ ସହାୟକୟକ ଗୋଷ୍ଟିକୁ ୪୮ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ରୁଣ ପ୍ରଦାନ କରାଯାଇଛି । ସେହିଭଳି ଭାବରେ ୧୫ ପଞ୍ଚାୟତର ୫୧୭ ଗ୍ରୁପ୍ କୁ ୨୨ଲକ୍ଷ ୩୦ ହଜାର ୫୧୭ ଟଙ୍କା ସୁଧ ଟଙ୍କା ଫେରସ୍ତ କରାଯାଇଛି । କାର୍ଯ୍ୟକ୍ରମକୁ ବିପିସି ମିଶନଶକ୍ତି ସାନ୍ତନୁ ମେହେର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ଫଳରେ ବୀରମହାରାଜପୁର ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନେ ଖୁସି ବ୍ୟକ୍ତ କରିଛନ୍ତି l ପୂର୍ବରୁ ମିଶନ ଶକ୍ତି କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ବ୍ଲେଜର ଓ ଡ୍ରେସ୍ କୋଡ୍ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଥବାରୁ ,୫ଟି ଅଧକ୍ଷ ଭି . କେ ପାଣ୍ଡିଆନ ଓ ସୁଜାତା ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଥିଲେ I