Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ ଗସ୍ତ। ସୁରକ୍ଷା ଦାୟିତ୍ବରେ ରହିବେ ୧୧ ପ୍ଲାଟୁନ ପୁଲିସ ଫୋର୍ସ ସମେତ ୩୦ ଅଫିସର।

ଗୋପାଳପୁର ୨୭/୨
ଆଉ ୨ ଦିନ ପରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।ଏହା ନେଇ ପୁଲିସ, ପ୍ରଶାସନ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି।ଆଜି ରାଷ୍ଟ୍ରପତି ଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣା ବିବେକ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରେ ପହଞ୍ଚି ବିମାନ‌ ପଡିଆ ଠାରୁ ସଭା ସ୍ଥଳ ପର୍ଯ୍ୟନ୍ତ ବେରିକେଡିଂ ବ୍ୟବସ୍ଥା ଯାଞ୍ଚ କରିବା ପୁଲିସ ଅଫିସର ଙ୍କ ସହ ଆଲୋଚନା କରିଥିଲେ।
lସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ରାଷ୍ଟ୍ରପତି ୪୫ ମିନିଟ ରହଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ସହ ବିଭିନ୍ନ ବିଭାଗର ୩୫ ଜଣ ଟପ୍ପର ଛାତ୍ର ଛାତ୍ରୀଙ ସ୍ବର୍ଣ୍ଣ ପଦକ, ୪୩ ପି ଏଚ ଡ଼ି ୪୩,୩ ଡିଲିଟ ଙ୍କ ମଧ୍ୟରୁ ଇତିହାସ ବିଭାଗର ଡ଼. ହରିହର ପଣ୍ଡା, ଓଡ଼ିଆ ବିଭାଗର ଡ଼. ଉଷାରାଣୀ ରଥ, ତେଲୁଗୁ ବିଭାଗର ଡ଼. ଜି. ଥୀରୁପଥମା ଏବଂ ଡ଼ି ଏସ ସି ବାଇଓ ଟେକ୍ନୋଲୋଜି ବିଭାଗର ଡ଼ ହରିକ୍ରୀଷ୍ଣା ରାମ ପ୍ରସାଦ ଶାରିପଲ୍ଲୀଙ୍କୁ ସମ୍ମାନିତ କରାଯିବ l ଏ ନେଇ ବ୍ରହ୍ମପୁର ଏସ. ପି ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସୁରକ୍ଷା ପାଇଁ କ୍ୟାମ୍ପସ ପରିସରରେ ୧୧ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୩୦ ଅଫିସର ନିୟୋଜିତ ରହିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories