ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍. ଏ ସି) ଦାବି କରି ମଙ୍ଗଳବାର 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ସୁବଳୟା କ୍ରିୟାନୁଷ୍ଠାନ କମିଟିର ଡାକରା ରେ ସମସ୍ତ ଜନସାଧାରଣ ଉକ୍ତ ଆନ୍ଦୋଳନ କୁ ଓହ୍ଲାଇ ଥିଲେ I ରାଜ୍ୟ ସରକାର ନିକଟରେ 35 ଟି ଏନ୍ ଏ ସି ଘୋଷଣା କରିଥିବା ବେଳେ ସୁବଳୟା ବାଦ୍ ପଡିଥିଲା I ଫଳରେ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ରାଜ୍ୟ ସରକାର ତୁରନ୍ତ ସୁବଳୟା କୁ ଏନ୍ ଏ ସି ଘୋଷଣା ନ କଲେ ଆଗକୁ ଜୋରଦାର୍ ଆନ୍ଦୋଳନ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନି ଦେଇଛନ୍ତି l ବନ୍ଦ ରେ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର , ସ୍କୁଲ କଲେଜ , ସରକାରୀ ତଥା ବେସରକାରୀ ଅନୁଷ୍ଠାନ , ଯାନବାହାନ ଚଳାଚଳ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ଆନ୍ଦୋଳନକାରମାନେ ରାସ୍ତା ଉପରେ ଟାୟାର୍ ଜାଳି ଅବରୋଧ କରିଥିଲେ I ଆହୁରି ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଆନ୍ଦୋଳନ କାରୀ ମାନେ I ସୋନପୁର – ରେଢ଼ାଖୋଲ ମୁଖ୍ୟ ରାସ୍ତାର ଗୋବିନ୍ଦପୁର ଛକ ଓ ଟିକରାପଡ଼ା ବ୍ରିଜ ନିକଟର ଉଭୟ ପାର୍ଶ୍ଵରେ ବହୁ ଗାଡି ମୋଟର ସକାଳ 6 ଘଣ୍ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଅଟକି ରହିଥିଲା I ଆନ୍ଦୋଳନ ରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର , ସମିତି ସଭ୍ୟ ଲିଲି ମେହେର , ଯଦୁମଣି ମେହେର , ରାଜେଶ ସେଠୀ , ସଂଜୀବ ମେହେର , ଶରତ ମିଶ୍ର , ଆନନ୍ଦ ବାରିକ , ରଘୁନାଥ ଜଗଦଲl , ନଳିନୀ ପଣ୍ଡା , ଉଷା କୁମାରୀ , ସଞ୍ଜୟ ବାଗ , ମଧୁସୂଦନ ପଣ୍ଡା ପ୍ରମୂଖ ସାମିଲ ଥିଲେ l
ସୁବଳୟା କୁ ଏନ୍ ଏ ସି ଘୋଷଣା ଦାବି ନେଇ ବାର ଘଣ୍ଟିଆ ବନ୍ଦ ପାଳନ
