Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଛାଡିଲେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଣ୍ଟି ।

ଗୋପାଳପୁର,୨୮/୦୨
ଗୋପାଳପୁର ବିଜେପିର ଜଣେ ଯୁବ ଚେହେରା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁ ଓରଫ ବଣ୍ଟି ଆଜି ବିଦ୍ଧିବଦ୍ଧ ଭାବେ ବିଜେପିର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇ ଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେବା ସହ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି।ସେ ଦୀର୍ଘ ୧୦ ବର୍ଷ ଧରି ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ନିଜକୁ ବିଜେପି ପ୍ରତି ସମର୍ପିତ କରିବା ସହ ଏକ ଯୁବ ଗୋଷ୍ଠୀ ଅଟଳ ସେନା ନାମରେ ଗଠନ କରି ଶତାଧିକ ଯୁବକଙ୍କୁ ନେଇ ଗାଁ ଗାଁ ରେ ବିଜେପି କୁ ପହଞ୍ଚାଇବା ସହ ଦଳର ସମସ୍ତ କାର୍ଯ୍ୟକ୍ରମ ରେ ଆଗରେ ରହି ଆସୁଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନ ରେ ଯୁବ ଶକ୍ତି କୁ ବ୍ୟବହାର କରି ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ହାତେଇବା ରେ ସାହାଯ୍ୟ କରିଥିଲେ।
ଏଥି ସହ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ନିଜର ସମର୍ଥକଙ୍କ ଅନୁରୋଧ କ୍ରମରେ ୫୪ ନଂ ଜୋନ ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜେପି ଟିକଟରେ ଲଢିଥିଲେ। କିନ୍ତୁ ଦଳର ପୁରୁଖା ନେତାମାନଙ୍କର ଘର ଢ଼ିଙ୍କି କୁମ୍ଭୀର ସଦସ୍ୟ କାମ କରିବାରୁ ତାଙ୍କୁ ସାରିବାକୁ ପଡିଲା ବୋଲି ଅଭିଯୋଗ କରିଛନ୍ତି।ଏହା ସହ ଗୋପାଳପୁର ର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କ ଜନବିରୋଧୀ କାର୍ଯ୍ୟ କୁ ବିରୋଧକରି ପ୍ରତିବାଦ କରାଯିବା ସହ ଡ଼ ପାଣିଗ୍ରାହୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଦାବିପତ୍ର ପ୍ରଦାନ କରା ଯାଇଥିଲା। କିନ୍ତୁ ଶେଷରେ ଜଣେ ଜନବିରୋଧୀ ନେତାଙ୍କୁ ଦଳ କୋଳେଇ ନେବାରୁ ବାଧ୍ୟ ହୋଇ ଦଳ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି ।ଏହି ଇସ୍ତଫା ପ୍ରଦାନ ପରେ ତାଙ୍କର ଆଗାମୀ ରଣନୀତି କଣ ହେବ ବୋଲି ପ୍ରଶ୍ନ କରିବାରୁ ସମୟକୁ ଅପେକ୍ଷା କର ବୋଲି ମତପୋଷଣ କରିଥିଲେ। ଆଗାମୀ ଦିନରେ ବଣ୍ଟି ତାଙ୍କ ର ଶତାଧିକ ଯୁବ ସମର୍ଥକଙ୍କୁ ନେଇ ଭୁବନେଶ୍ଵରରେ ବିଜେଡି ସାମିଲ ହେବେ ବୋଲି ସମର୍ଥକଙ୍କ ପକ୍ଷରୁ କୁହାଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories