Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ଅଞ୍ଚଳର ଉତ୍ପାତିଆ ଷଣ୍ଢକୁ କାବୁକରି ଡେବିରିଗଡ଼ ଜଙ୍ଗଲ ରେ ଛଡାଗଲା

ଚିପିଲିମା, ସମ୍ବଲପୁର ବୁର୍ଲାଥାନା ଗୋଶାଳା ଅଞ୍ଚଳରେ କିଛି ମାସ ହେଲା ଗୋଟିଏ ବୁଲା ଷଣ୍ଢ ଅନେକଙ୍କୁ ଆକ୍ରମଣ କରି ଆତଙ୍କ ଖେଳାଇଥିବାବେଳେ, ତିନିଦିନ ତଳେ ଖଗସିପାଲି ର ଗୋପାଳକ ସନ୍ତୋଷ ରାଉତ ଉକ୍ତ ଷଣ୍ଢର ଆକ୍ରମଣ ରେ ମୃତ୍ୟବରଣ କରିଥିଲେ l ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳ, ଷଣ୍ଢକୁ କାବୁକରି ଅନ୍ୟତ୍ର ଛାଡିବାକୁ ସଚେତନ ମହଲରେ ଦାବି ହୋଇଥିଲା l ଏନେଇ ସମାଜସେବୀ ଧିରେନ ନାଗ ବିଧାୟକ ନାଉରୀ ନାଏକଙ୍କୁ ଜଣାଇ ଆଲୋଚନା କରିଥିଲେ l ବିଧାୟକଙ୍କ ଉଦ୍ୟମରେ ତଥା ମହାନଗର ନିଗମ କମିସନର ସହଯୋଗ ରେ ଷଣ୍ଢଟିକୁ କାବୁକରି ନେଇ ଡେବିରିଗଡ଼ ଜଙ୍ଗଲ ରେ ଛାଡ଼ିଥିବା ସୂଚନା ମିଳିଛି l ଏପରି ଏକ କାର୍ଯ୍ୟକୁ ସଚେତନ ମହଲରେ ପ୍ରଶଂସା କରାଯାଇଥିବାବେଳେ, ଅନ୍ୟାନ୍ୟ ବୁଲା ଷଣ୍ଢ ମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ