Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ବ୍ଲକରେ ନୂତନ ବି.ଡି.ଓ. ଙ୍କ ଯୋଗଦାନ

ଭବାନୀପାଟଣା, ୨୮/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକରେ ନୂତନ ବି ଡି ଓ ଭାବରେ ବିନୟ ଚନ୍ଦନ କୁମାର ଭୋଇ ଯୋଗଦାନ କରିଛନ୍ତି । ଶ୍ରୀ ଭୋଇ ଙ୍କ ଯୋଗଦାନ ପରେ ସାଧାରଣ ଜନତା ସମେତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନେ ଖୁସିର ଲହରୀ ଖେଳିଯାଇଛି । ସେ ବରଗଡ଼ ଜିଲ୍ଲାର ବ୍ୟକ୍ତି ହୋଇଥିଲେ ବି ମାଲାକାନଗିରି ଠାରେ ବିଡିଓ ଥିବା ସମୟରେ ବେଶ୍ ଲୋକ ପ୍ରିୟ ଥିଲେ। ଏହା ପୂର୍ବରୁ ସଦର ବିଡିଓ ଭାବେ ପ୍ରୀତା କୁମାର ଥିଲେ । ସେ ଝରିଗାଁ ବିଡିଓ ଭାବେ ବଦଳି ହୋଇଛି । ଶ୍ରୀମତୀ କୁମାର ଙ୍କ ସମୟରେ ବ୍ଲକ ରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଯାଇଥିଲା ବ୍ଲକରେ ପ୍ରାୟରହୁନଥିଲେ । କଥା କଥା ରେ ଟୁର୍ ଏବଂ ଭିଡିଓ କନଫରେନ୍ସ ରେ ବ୍ୟସ୍ତ ରହୁଥିଲେ ଲୋକଙ୍କ ଅଭିଯୋଗ ଶୁଣିବାକୁ ସମୟ ପାଉ ନଥିଲେ। ତାଙ୍କ ପ୍ରତି ସାଧାରଣ ଜନତା ଓ ଲୋକ ପ୍ରତିନିଧି ମାନେ ଘୋର ଅସନ୍ତୋଷ ଥିଲେ । ତେଣୁ ତାଙ୍କର ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ସେଇଠୁ ଆରମ୍ଭ ଖବର କାଗଜ ରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପରେ ବିଡିଓ ଙ୍କ ବଦଳି ହୋଇ ଥିବାରୁ ସଦର ବ୍ଲକ ର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। (ଓଡିଶା ନ୍ୟୁଜ ମହାପ୍ରଭାବ)