Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତାପରିଷଦ ପକ୍ଷରୁ ରାଜଗୋପାଳ ନଗରରେ ସରାବ ବନ୍ଦୀ ସମ୍ମିଳନୀ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ସେଣ୍ଟ୍ରାଲ ସ୍କୁଲପାଖ ରାଜଗୋପାଳ ନଗର ଠାରେ ଏକତାପରିଷଦ ଦ୍ୱାରା ଆୟୋଜିତ ସରାବ ବନ୍ଦୀ ସମ୍ମେଳନ କାର୍ଯ୍ୟକ୍ରମ ରେ ଲୋକସମିତି ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଗିରିଜା ସତୀଶ, ରାଷ୍ଟ୍ରୀୟ ସଂଯୋଜକ ଗଣେଶ ଆଜାଦ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ, ବିଶିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଏକତାପରିଷଦର ସଂଯୋଜକ ସରୋଜ ବାଗ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ନାୟକ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ରେ ବିଭିନ୍ନ ବସ୍ତି ଅଂଚଳରୁ ମହିଳା ନେତ୍ରୀ ଏବଂ ବିଭିନ୍ନ ସଂଗଠନ ର ସଂଗଠକ ମାନେ ଯୋଗଦେଇଥିଲେ । ଉପସ୍ଥିତ ଜନତାଙ୍କୁ ଭାରତ ବର୍ଷରେ ନିଶ। ନିବାରଣ ପାଇଁ କିପରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ତାପାଇଁ ସ୍ୱତନ୍ତ୍ର ଆଇନ ଆଣି ନିଶାକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ସେହିପରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଆଜାଦ ବିହାର ରାଜ୍ୟରେ କିପରି ଆନ୍ଦୋଳନ ଦ୍ୱାରା ନୀତିଶ ସରକାର ଉପରେ ନିଶା କୁ ବନ୍ଦ କରିବା ପାଇଁ ଚାପ ପ୍ରୟୋଗ କରଯାଇଥିଲା ଯାହାଫଳରେ ବିହାର ରାଜ୍ୟ ରେ ଆଇନ ପ୍ରଣୟନ କରାଯାଇ ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିଥିଲା ସେ ଉପରେ ସୂଚନା ଦେବାସହ
ନିଶାଦ୍ୱାରା ସମାଜର କିପରି କ୍ଷତି ହେଉଛି ସମସ୍ତଙ୍କୁ ଜଣାଇଥିଲେ ।
ଆଦିବାସୀ ନେତା ଶ୍ରୀ ମାଝୀ ଓ ଏକତାପରିଷଦ ର ସରୋଜ ବାଗ, ଜନମ ମାଟି ର ଗିରିଧାରୀ ପାତ୍ର, ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ, ଶକ୍ତିରଞ୍ଜନ ଛତ୍ରିଆ, ବବିତା ରାଣୀ ଦାସ, ବର୍ଷା ସରାଫ, ଅଞ୍ଜଳି ସିଂ, ଉଷା ବେହେରା, ସୁଶାନ୍ତି ସିଂ, ଲକ୍ଷ୍ମୀ ମାଝୀ, ଯଶୋଦା ମାଝୀ, ଜୟନ୍ତୀ ନାଏକ ନିଜ ନିଜ ମତ ଉପସ୍ଥାପନା କରିବା ସହ ଶୀଘ୍ର ସଂଗଠନ ଦ୍ୱାରା ଭବାନୀପାଟଣା ସହରରେ ନିଶନିବାରଣ ଉପରେ ଏକ ପଦଯାତ୍ରା ଓ ସଭାର ଆୟୋଜନ କରାଯାଇ ସମସ୍ତ ଙ୍କୁ ସଚେତନ କରାଯିବ ବୋଲି ନିର୍ଣ୍ଣୟ ନିଆଯାଇଥିଲା । ଶେଷରେ ଗିରିଧାରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ