Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ଠାରୁ ବରଗଡ ଜିଲ୍ଲା ଭେଡେନ ବ୍ଲକକୁ ବଦଳି ହୋଇଥିବା ଜିପିଓ ସୋରଜ କୁମାର ପ୍ରଧାନଙ୍କୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଠାରୁ ବରଗଡ ଜିଲ୍ଲା ଭେଡେନ ବ୍ଲକକୁ ବଦଳି ହୋଇଥିବା ଜିପିଓ ସୋରଜ କୁମାର ପ୍ରଧାନଙ୍କୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ପୁଷ୍ପଗୁଛ ଓ ଉପଢ଼ୋକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିଲେ । ଏଥିରେ ଏସୋସିଏସନର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ,ବି ତିରୁପତି ପାତ୍ର, କୋଷାଧକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ମଳୟ ବେନୁଁଆ, ଦେବାନନ୍ଦ ମାଝୀ, ମନୋଜ ଦୋରା, ଦିଲ୍ଲୀପ ହରିଜନ, ସୁଶାନ୍ତ ମାଝୀ, ସାଗର ବେନାଲ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଯୁଗ୍ମ ସମ୍ପାଦକ ତୁଳସୀରାମ ପ୍ରଧାନୀ ଧନ୍ୟବାଦ ଦେଇଥିଲେ। ତେବେ ଜିପିଓ ଶ୍ରୀ ପ୍ରଧାନ ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ଭାବେ ରହିଥିଲେ। କେବଳ ସେତିକି ନୁହେଁ ଜଣେ ପ୍ରକୃତି ପ୍ରେମି ମଣିଷ ଭାବେ ବ୍ଲକ ପରିସର ସମେତ ୨୬ ଗୋଟି ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ସୃଷ୍ଟି କରି ଚର୍ଚ୍ଚାର ପରିସରକୁ ଆସିଥିଲେ l ତାଙ୍କୁ ବିଦାୟ ଦେବା ସମୟରେ ଜିପିଇଓ ହେବତ ସରୋଜ କୁମାର ପ୍ରଧାନଙ୍କ ଭଲି ହେବା ଦରକାର ବୋଲି ସମସ୍ତଙ୍କ ମୁହଁରେ ଏହି ପଦେ କଥା ଆପେ ଆପେ ବାହାରି ଆସୁଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ