ଦହିମୁଣ୍ଡଳୀରେ ପଞ୍ଚଶମ୍ଭୁ ମହାମିଳନ ବା ପଞ୍ଚୁଦଣ୍ଡ ଯାତ୍ରା,15 ହଜାର ଭକ୍ତଙ୍କ ଜନସମାଗମ,


ବେଲଗୁଣ୍ଠା, 11/04, ମଙ୍ଗଳବାର ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତର ଦହିମୁଣ୍ଡଳୀ ଗ୍ରାମର ମାନସିକ ଧାରୀ କର୍ତ୍ତା ସନାତନ ଗୌଡ଼ଙ୍କ ପାଇଁ ପଞ୍ଚ ଶମ୍ଭୁ ଏବଂ କାଳୀଙ୍କର ମହାମିଳନ ଅନୁଷ୍ଠିତ ହୋଇଯାଇଛି I ଏହି ମହାମିଳନରେ ଦହିମୁଣ୍ଡଳୀ,ଓସିଙ୍ଗି,ଡେଙ୍ଗାପଦର,ଜାଲଖାଇ,କୈବଲ୍ୟପୁରର ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ I ବିଧିବିଧାନ ମୁତାବକ ଆଜି ସକାଳୁ ସମସ୍ତ ଦଣ୍ଡଦଳକୁ ଆବାହନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ପାଣିଦଣ୍ଡ ଏବଂ ଅପରାହ୍ଣରେ କର୍ତ୍ତା ସନାତନ ଗୌଡ଼ଙ୍କ ଘର ସମ୍ମୁଖରେ ପଞ୍ଚଶମ୍ଭୁ ଏବଂ କାଳୀଙ୍କର ମହାମିଳନ ଅନୁଷ୍ଠିତ ହୋଇଥିଲା I ଏହି ପଞ୍ଚୁଦଣ୍ଡ ମହାମିଳନ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ପନ୍ଦର ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I ଯାତ୍ରା ପରିଚାଳନାରେ ଦହିମୁଣ୍ଡଳୀ ଗ୍ରାମର ଯୁବ ଗୋଷ୍ଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ I ସମସ୍ତ ଦଣ୍ଡ ଦଳ ପକ୍ଷରୁ ରାତିରେ ଆଳତି ଏବଂ ପ୍ରସାଦ ସେବନ ପରେ ଗଞ୍ଜାମର ଲୋକନୃତ୍ୟ ସୁଭଦ୍ରା ପରିଣୟ ବା ଭାରତଲୀଳା ମଞ୍ଚସ୍ଥ ହୋଇଥିଲା I
ଫଟୋ