Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାନାଇଟ ଖାଦାନରେ ବିସ୍କୋରଣରେ ଶ୍ରମିକ ମୃତ୍ୟୁ l

ଗୋଳନ୍ଥରା ଅଧୀନସ୍ଥ ଚିକିଟି ତହସିଲ ଅନ୍ତର୍ଗତ ପଲ୍ଲୀ ଗାଁରେ ଥିବା ଗ୍ରାନାଇଟ ଖାଦାନରେ ସୋମବାର ବିସ୍ପୋରଣ ଘଟି ଜଣେ ଶ୍ରମିକ ମୃତ୍ୟ ଘଟିଛିl ମୃତକ ଜଣଙ୍କ ହେଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ଖଲିପଡା ଗ୍ରାମର ହୀରା ବାଗ ବୋଲି ଜଣା ପଡିଛି l
ହୀରା ବାଗ ଗତ ଦେଢ଼ ବର୍ଷ ହେଲା ଖାଦାନରେ ରହି ଶ୍ରମିକ ଭାବେ କାମ କରୁଥିଲେ l ସୋମବାର ଅପରାହ୍ନ ୩ ଟା ବେଳେ ହୀରା ଗ୍ରାନାଇଟ ଫୁଟାଇ ବା ବେଳେ ହଠାତ ବିସ୍ଫୋରଣ ଘଟି ହୀରାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଦେହ କୁ ରାତିରେ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠେଇଥିଲେ l ଏ ନେଇ ହୀରାର ଭାଇ ସ୍ଥାନୀୟ ଥାନାରେ ଉକ୍ତ କମ୍ପାନୀ ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରୁଛନ୍ତି ବୋଲି ଲିଖିତ ଅଭିଯୋଗ କରିଛନ୍ତୀlଳ। ଘଟଣା ନେଇ ଥାନା ପକ୍ଷରୁ ୧୯୬/୨୩ ରେ ଏକ ମାମଲା ରୁଜୁ କରି ପ ମଙ୍ଗଳବାର ମୃତ୍ୟୁ ଦେହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଉକ୍ତ କମ୍ପାନୀର ପଥର ବ୍ଲାଷ୍ଟିଙ୍ଗ କରିବା ପାଇ ଲାଇସେନ୍ସ କି ନାହିଁ ପୋଲିସ ତଦନ୍ତ ଆରମ୍ଭ କରିଛି l ହୀରାଙ୍କ କେଉଁ ପରିସ୍ଥିତି ମୃତ୍ୟୁ ହେଲା ତାହା ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗ କୁ ତଦନ୍ତ କରୁଥିବା ସୂଚନା ଦେଇଛି l ଅନ୍ୟ ପଟେ କନିଷି ଓ ଚିକିଟି ତହସିଲ ଅଧୀନରେ ବିଭିନ୍ନ ଖାଦାନରେ ବେଆଇନ ବ୍ଲାଷ୍ଟିଙ୍ଗ କରା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରା ଯାଉ ନଥିବା ସାଧାରଣରେ ଅଭିଯୋଗ ହୋଇଛି l