Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗୋପାଳପୁର,୨୯/୦୨
ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ ଉତ୍ସବ ରେ ନିଷ୍ଟର ପ୍ରତିଷ୍ଠାତା ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରିଥିବା ବେଳେ ଭାରପ୍ରାପ୍ତ କୁଳପତି ଡ଼. ପି ରାଜେଶ କୁମାର ଓ ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି ଅତିଥି ରୂପେ ମଞ୍ଚାସୀନ ଥିଲେ। ଭାରପ୍ରାପ୍ତ କୁଳପତି ଡ଼. ରାଜେଶ କୁମାର ନିଜର ସ୍ୱାଗତ ଭାଷଣ ରେ ନିଷ୍ଟ ବିଶ୍ୱବିଦ୍ୟାଳୟର ବିଜ୍ଞାନ ଗବେଷଣା ଉପରେ ବିଜ୍ଞାନର ଗଭୀର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ଆଇଜରର ଫିଜିକାଲ ସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବ୍ୟାସ ଆକୋଣ୍ଡିଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ
ବାୟୋଟେକ୍ନୋଲୋଜି ବିଭାଗର ଡ. ଅମିତ ପଟ୍ଟନାୟକ, ଗଣିତ ବିଭାଗର ଡ. ସୁବ୍ରତ ସାହୁ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ଡ. ରତିକାନ୍ତ ନାୟକ ଏହି ଭବ୍ୟ ସମାରୋହର ସହ-ସଂୟୋଜକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇଂରାଜୀ ବିଭାଗର କ୍ଷୀରାବ୍ଦି ତନୟା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଡକ୍ଟର ସୁବ୍ରତ ଭୂୟାଁ ଅଂଶଗ୍ରହଣକାରୀଙ୍କ ପାଇଁ କ୍ୟାରିୟର କାଉନସେଲିଂର ବ୍ୟବସ୍ଥା କରିଥିବା ବେଳେ ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ ଜଣେ ସାଧାରଣ ମଣିଷରୁ ବୈଜ୍ଞାନିକ ହେବା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।
ଏହି କାର୍ୟ୍ୟକ୍ରମରେ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ଏହି ଅବସରରେ ଏକ କୁଇଜ୍ ପ୍ରତିୟୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସରସ୍ୱତୀ ବିଦ୍ୟାମନ୍ଦିରରୁ ରୁଦ୍ରନାରାୟଣ ଜେନାଙ୍କ ସହ ବିନାୟକ ଆଚାର୍ୟ୍ୟ ମହାବିଦ୍ୟାଳୟରୁ ଶିବରାମ ପୋଲାଇ, ଖଲ୍ଲିକୋଟ ୟୁନିଭର୍ସିଟିରୁ ସାରଦା ପ୍ରଧାନ ପ୍ରଥମ, ଦ୍ୱିତୀୟ, ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ନଗଦ ପୁରସ୍କାର ପାଇଥିଲେ। କୁଇଜ କାର୍ଯ୍ୟକ୍ରମ କୁ ପ୍ରଫ କ୍ଷୀରାବ୍ଦି ତନୟା ନାୟକ ପରିଚାଳନା କରିଥିଲେ। ଏ କାର୍ଯ୍ୟକ୍ରମ ରେ ଡ଼. ସବ୍ୟସାଚୀ ରଥ, ପିତାମ୍ବର ସାହୁ, ଡ଼ ଭାସ୍କର ଭୋଳ, ଡ଼. ରାଜେନ୍ଦ୍ର କୁମାର, ଡ଼ ଆଶିଷ କୁମାର ମହାପାତ୍ର, ଡ୍ର. ପ୍ରଶାନ୍ତ କୁମାର ବେହେରା, ଡ଼ ଶ୍ରାବଣୀ ମାହାତୋ, ଡ଼ ସୁମନ୍ତ ପଟନାୟକ, ଡ଼ ସୁଶାନ୍ତ ସାହୁ, ପ୍ରଭୁଦତ୍ତ ମିଶ୍ର, ସନ୍ତୋଷ ସାହୁ, ଚୌଧୁରୀ, ଗୋପବନ୍ଧୁ ଉତ୍ତରକବାଟ ଇତ୍ୟାଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡ଼. ଦୁର୍ୟୋଧନ ସାହୁ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷ ଡ. ବିଷ୍ଣୁକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories