Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ।ମହାମହିମ ରାଷ୍ଟ୍ରପତି ଙ୍କୁ ସ୍ବାଗତ ପାଇଁ ଉତ୍ସବ ମୁଖର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ।ବିଦ୍ୟାର୍ଥୀ ଓ କର୍ମଚାରୀଙ୍କ ଙ୍କ ମହଲରେ ଉତ୍ସାହ।

ଗୋପାଳପୁର ୨୯/୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଜି ପାଳନ କରିବ ନିଜର ୨୫ ତମ ସମାବର୍ତ୍ତନ ଉତ୍ସବ lଏହି କାର୍ଯ୍ୟକ୍ରମ ରେ ଦେଶର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ରାଜ୍ୟପାଳ ଭବନରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ବାୟୁସେନା ର ସ୍ବତନ୍ତ୍ର ବିମାନ ଯୋଗେ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରେ ଶୁକ୍ରବାର ସକାଳ ପ୍ରାୟ ୧୦.୧୫ ମିନିଟ ସମୟରେ ଅବତରଣ କରିବା ପରେ କଡା ସୁରକ୍ଷାରେ ଆସି ରୋବିଙ୍ଗ ରୁମରେ ପହଞ୍ଚି ବେ। ପରେ ଶୋଭାଯାତ୍ରାରେ ବାହାରି କ୍ୟାମ୍ପସ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ରେ ଅନୁଷ୍ଠିତ ସଭା ସ୍ଥଳ ରେ ଯୋଗ ଦେବେ l ସେଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବ ରେ ପ୍ରାୟ ୫୦ ମିନିଟ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଉଥିବା ୩୫ ଜଣଙ୍କ ମଧ୍ୟରୁ ୧୦ ଜଣକୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ l ସେହିପରି ଡିଲିଟ ୩ ଜଣ ଇତିହାସ ବିଭାଗର କଟକର ଅବସରପ୍ରାପ୍ତ ପ୍ରଫେସର ହରିହର ପଣ୍ଡା,ବ୍ରହ୍ମପୁର ଖଲ୍ଲିକୋଟ କଲେଜର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ଼. ଉଷାରାଣୀ ରଥ, ହାଇଦ୍ରାବାଦର ତେଲୁଗୁ ବିଭାଗର ଡ଼.ଜି. ଥୀରୁପଥମା ଏବଂ ଆନ୍ଦ୍ର ପ୍ରଦେଶ ଗୁଣ୍ଟୁର ଡ଼ି ଏସ ସି ଜଣକ ବାୟୋ ଟେକ୍ନଲୋଜି ବିଭାଗର ହରିକ୍ରିଷ୍ଣା ରାମ ପ୍ରସାଦ ସାରିପଲ୍ଲୀଙ୍କୁ ପୁରସ୍କାର ପ୍ରଦାନ ସହ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି l ଏହି ଅବସରରେ ଆଜି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମଙ୍କ ସମେତ ପଦାଧିକାରୀ ମାନେ ସଭା ସ୍ଥଳ ତଦାରଖ କରିବା ସହ ରଙ୍ଗେଈଲୁଣ୍ଡା ବିମାନ ପଡିଆ ଠାରୁ ରାଷ୍ଟ୍ରପତିଙ୍କୁ କିଭଳି ସୁରକ୍ଷାରେ ସଭା ସ୍ଥଳକୁ ନିଆଯିବ ସେ ନେଇ ପ୍ରାକ ଅଭ୍ୟାସ କରିଥିଲେ l ରାଷ୍ଟ୍ରପତିଙ୍କ ପୋଟକାଲ ନିୟମ ପ୍ରକାରେ ସିମିତ ଲୋକଙ୍କୁ ସମାବର୍ତ୍ତନ ଉତ୍ସବ ରେ ଯୋଗ ଦେବାକୁ ଅନୁମତି ରହିଥିବାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଶିକ୍ଷକ,ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ଥାନୀୟ ନୂତନ ସମ୍ମିଳନୀ କକ୍ଷ ଏବଂ ସିନେଟ ହଲ ଠାରେ ଏଲ ସି ଡ଼ି ମାଧ୍ୟମରେ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯିବା ସହ ମୋବାଇଲରେ ମଧ୍ୟ ଦେଖିବା ପାଇଁ ଆପର ସୁବିଧା କରାଯାଇଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସୂଚନା ଦେଇଛନ୍ତି । ସୁରକ୍ଷା ନିମନ୍ତେ ୧୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହୁଥିବା ବେଳେ ୩୦ ପୁଲିସ ଅଫିସର ମଧ୍ୟ ମୁତୟନ ରହିବେ।ଏହା ସହ ସାଧା ପୋଷାକଧାରୀ ଗୋଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର କାର୍ଯକ୍ରମ ରେ ଯୋଗ ଦେଉଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ମନରେ ମଧ୍ୟ ଉତ୍ସାହ ଦେଖା ଦେଇଛି। ଆସନ୍ତା କାଲି ସକାଳେ ମହାମହିମ ଙ୍କ ଟିକିଏ ଝଲକ ପାଇବା ପାଇଁ ବିମାନ ପଡିଆ ଅଞ୍ଚଳରେ ଭିଡ ଜମିବା ମଧ୍ୟ ସମ୍ଭାବନା ଦେଖା ଦେଇଛି।ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ କରାପଲ୍ଲୀ ଛକ, ଆର୍ମି ଗେଟ୍ ଛକ ଓ ନାଲକୋ ଗେଟ୍ ଛକ ଠାରେ କଡାକଡି ଚେକିଂ କରା ଯିବା ସହ ରାଷ୍ଟ୍ରପତି ଙ୍କ ବିଶ୍ୱବିଦ୍ୟାଳୟରେ ରହଣି ସମୟରେ ବିଶ୍ଵବିଦ୍ୟାଳୟ ପ୍ରବେଶ ନିମନ୍ତେ ସକାଳ ୯ ଟା ରୁ ୧୨ ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଜୋନ କାର୍ଯ୍ୟ କରିବା ବୋଲି ଜଣାପଡିଛି। କିନ୍ତୁ ଏମାରଜେନିସି କେସରେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ସେବା ପ୍ରତି ଧ୍ୟାନ ଦିଆ ଯିବ ବୋଲି ସୂଚନା ମିଳିଛି। ଅନ୍ୟ ପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ମହୋତ୍ସବ କୁ ସୁନ୍ଦର ଭାବେ ପରିବେଷଣ ନିମନ୍ତେ ସଭା ମଞ୍ଚକୁ ସ୍ବତନ୍ତ୍ର ଫୁଲ ରେ ସଜା ଯିବା ସହ ବିଭିନ୍ନ ସ୍ଥାନରେ ଫ୍ଲେକ୍ସି ମାନ ଲଗା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories