ଭୁୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଶୁକ୍ରବାର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ନିକଟକୁ ସେ ନିଜର ଇସ୍ତଫା ପଠାଇଛନ୍ତି । ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଭାପତି ଥିଲେ ରଜତ ଚୌଧୁରୀ । ପରେ ତାଙ୍କୁ ପିସିିସି ସାଧାରଣ ସଂପାଦକ ପଦରେ ଥିଲେ ।
କଂଗ୍ରେସ ଛାଡିବା ପରେ ରଜତଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜତ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ଜଣା ପଡିନାହିଁ । ତେବେ ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା କଂଗ୍ରେସକୁ ଝଟକା ଲାଗିଛି । କାରଣ ଦଳ ଘର ସଜାଡିବା ସହିତ ପ୍ରସ୍ତୁତି ଚଳାଇଛି । ରଜତଙ୍କ ପୂର୍ବରୁ ନିହାର ମହାନନ୍ଦ, ଅଂଶୁମାନ ମହାନ୍ତି, ବିପ୍ଳବ ଜେନା ବି କଂଗ୍ରେସ ଛାଡି ସାରିଥିଲେ । ଏବେ ରଜତଙ୍କ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।