ବି ଡି ସି ସି ବ୍ୟାଙ୍କ ସଭାପତି ଙ୍କ ବୀରମହାରାଜପୁର ଗସ୍ତ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆସି ପହଁଚି ଥିଲେ ବଲାଙ୍ଗିର ଜିଲ୍ଲା କୋ ଅପରେଟିଭ ସୋସାଇଟି ବ୍ୟାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ର I ଏ ଅଞ୍ଚଳରେ କୃଷି ଓ କୃଷକ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଆସନ୍ତା ରବି ଫସଲ ଋଣ ପ୍ରଦାନ , ଖରିଫ ଫସଲରେ ଦିଆ ଯାଇଥିବା ରୁଣ ଫେରସ୍ତ ବିଷୟରେ ଅବଗତ ହେବା ସହିତ ଠିକ ସମୟରେ ଚାଷିଙ୍କୁ ସାର ଓ କୀଟନାଶକ ଔଷଧ ପ୍ରଦାନ କରାଯିବାକୁ ପରାମର୍ଶ ଦେଇଥିଲେ I ଏ ଅବସରରେ ସେ ତରଭା , ଡୁଙ୍ଗୁରିପାଲି , ରାମପୁର , ସୋନପୁର ଅଞ୍ଚଳ ଆଦି ବୁଲି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ I ବୀରମହାରାଜପୁର ସ୍ଥିତ ବି ଡି ସି ସି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବାକୁ ଥିବା ପରିପ୍ରେକ୍ଷୀରେ ନୂତନ କାର୍ଯ୍ୟାଳୟ ର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ I ଉକ୍ତ ସମୟରେ ବୀରମହାରାଜପୁର ବି ଡି ସି ସି ର ଶାଖା ପରିଚାଳକ , ହିଲୁଙ୍ଗ ସେବା ସମବାୟ ସମିତିର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ I