Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ଚକ ଚୌକି ଦିବସ-୨୦୨୪ ପାଳିତ

ଭବାନୀପାଟଣା, ୦୧/୦୩ (ଜଗନ୍ନାଥ ନାଏକ) : ଆନ୍ତର୍ଜାତିକ ଚକ ଚୌକି ଦିବସ ମହା ସମାରୋହ ରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ସହରାଞ୍ଚଳ ରୁ ପ୍ରାୟ ୫୦୦ ରୁ ଉର୍ଧ୍ଵ ଦିବ୍ୟାଙ୍ଗ ଭାଇ ଭଉଣୀ ଏବଂ ସେମାନଙ୍କର ସହଯୋଗୀ ଯୋଗ ଦେଇଥିଲେ। ପ୍ରାରମ୍ଭିକରେ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ନେଇ ଏକ ରେଲି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲା। ଏହି ରେଲି କୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର କହଁର ଙ୍କ ପୌରହିତ୍ୟ ରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଦୁଲାଲ ସେନାପତି , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ଶ୍ରୀ ହେମନ୍ତ ତାଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ହୁଇଲଚେୟାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଅକ୍ଷମତା ର ଚିହ୍ନ ନୁହେଁ ବରଂ ସକ୍ଷମ ଦିଗକୁ ପ୍ରାଥମିକ ଏବଂ ମୁଖ୍ୟ ସିଡି ଏବଂ ସମସ୍ତ ଦୀବ୍ୟାଙ୍ଗ ହୁଇଲଚେୟାର କୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ର ପୂର୍ବ ଦିନ ଅନୁଷ୍ଠିତ ହୋଇଯାଇଥିବା ହୁଇଲଚେୟାର ଦୌଡ ଏବଂ ହୁଇଲଚେୟାର କ୍ରିକେଟ ମ୍ୟାଚ ରେ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଥିଲା l ବିଶେଷ ଭାବରେ କୃତି ଅର୍ଜନ କରିଥିବା ପ୍ରତିଭା ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଶେଷରେ ଦିବ୍ୟାଙ୍ଗ ଭଉଣୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ହୁଇଲଚେୟାର ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା। ଶେଷରେ କୁନି କୁନି ନୃତ୍ୟାଙ୍ଗନା ମାନେ ସେମାନଙ୍କ ନୃତ୍ୟ ଦ୍ବାରା ଦିବ୍ୟାଙ୍ଗ ମାନଙ୍କର ମନୋରଞ୍ଜନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l