Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଗାନ୍ଧୀ ଛକ ର ବନ୍ଦ ଥିବା ଏସବିଆଇ ଏଟିଏମ କାଉଣ୍ଟର ଖୋଲାହେବ କେବେ…?

ଭବାନୀପାଟଣା, ୦୧/୦୩ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଗାନ୍ଧୀ ଛକ ଠାରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ଦୀର୍ଘ ଦିନ ହେଲା ବନ୍ଦ ପଡ଼ି ରହିଛି । ଯାହା ଫଳରେ କି ଟଙ୍କା ଉଠାଣରେ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବା କୁ ପଡୁଛି ଏହାର ଉଦାହରଣ ଭତ୍ତା ପ୍ରାପ୍ତ କାରି ବୃଦ୍ଧ ପୁରୁଷ ଓ ମହିଳା ଏସବିଆଇ ଏଟିଏମ କାଉଣ୍ଟର ପାଖକୁ ପହଁଚିଲାବେଳେ ଦେଖିବା କୁ ମିଳିଛି ଏଟିଏମ୍ ର କବାଟ ବନ୍ଦ ପଡ଼ି ରହିଛି । ଯାହାଫଳରେ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି କାରଣ ରିକ୍ସାରେ ବା ଅଟୋରେ ଅନ୍ୟ ଏଟିଏମ୍ କାଉଣ୍ଟର କୁ ଯିବାକୁ ପଡୁଛି । ଏଣୁ ତୁରନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରନ୍ତୁ।
ଏ ସମ୍ପର୍କରେ ଶୁଣିବାକୁ ମିଳେ ଯେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଗାନ୍ଧୀ ଛକ ସ୍ଥିତ ଏଟିଏମ କାର୍ଯ୍ୟ କ୍ଷମ ନାହିଁ ଏହାକୁ କାର୍ଯ୍ୟକାରି କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଆଜିସୁଧା କାର୍ଯ୍ୟକାରୀ ହୋଇ ନାହିଁ ଏହା ଏକ ବିଡମ୍ବନ ନୁହେଁକି…?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ